ମୁମ୍ବାଇ : ଶିବସେନା (ଉଦ୍ଧବ ଗୋଷ୍ଠୀ)ର ମୁଖପତ୍ର ସାମନାରେ ଦାବି କରାଯାଇଛି ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାର ୨୨ ଜଣ ବିଧାୟକ ଏବଂ ୯ ଜଣ ଲୋକସଭା ସାଂସଦ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ଦଳ ଛାଡ଼ିବାକୁ ଚାହୁଁଛନ୍ତି । ଶିବସେନା ସାଂସଦ ବିନାୟକ ରାଉତ କହିଛନ୍ତି ଯେ ବିଧାୟକମାନେ ତାଙ୍କ ଦଳ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ କୌଣସି ବିକାଶ ହୋଇନଥିବାରୁ ସିନ୍ଦେଙ୍କ ନେତୃତ୍ୱାଧୀନ ଦଳ ଛାଡିବାକୁ ଚାହୁଁଛନ୍ତି ।
'ଆମେ ଶିବସେନା' ଭଳି ସ୍ଲୋଗାନ ଦେଇଥିବା ଶିବସେନାର ବରିଷ୍ଠ ନେତା ଗଜାନନ କିର୍ତ୍ତିକର ଖୋଲାଖୋଲି ଭାବେ ବିଜେପିର ଆଚରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାଜ୍ୟରେ କ୍ଷମତାସୀନ ବିଜେପି-ଶିବସେନା ମେଣ୍ଟରେ ସବୁକିଛି ଠିକ୍ ନଥିବା ଦର୍ଶାଇ କିର୍ତିକର ବିଜେପି ଉପରେ ଭେଦଭାବର ଅଭିଯୋଗ ଆଣିଛନ୍ତି। ଆମେ ୧୩ ଜଣ ସାଂସଦ ଏବଂ ବର୍ତ୍ତମାନ ଆମେ ଏନଡିଏର ଅଂଶ ଏବଂ ଆମେ ଆଶା କରୁଛୁ ଯେ ଆମ ନିର୍ବାଚନ ମଣ୍ଡଳୀ ସହ ଜଡିତ ସମସ୍ୟାଗୁଡିକ ପ୍ରାଥମିକତା ଭିତ୍ତିରେ ସମାଧାନ ହେବ। କିନ୍ତୁ ଆମେ ତାହା ଘଟୁଥିବା ଦେଖୁନାହୁଁ ।
କୀର୍ତ୍ତିକର ଦାବି କରିଛନ୍ତି ଯେ ତାଙ୍କ ଦଳ ରାଜ୍ୟରେ ୨୨ଟି ଲୋକସଭା ଆସନରେ ଲଢ଼ିବାକୁ ଚାହୁଁଛି। ଅର୍ଥାତ୍ ସେମାନେ ବିଜେପିଠାରୁ ଆସନ ମାଗିଛନ୍ତି। ତେବେ ବିଜେପି ଏହି ଦଳକୁ ୫-୭ଟି ଆସନ ଦେବାକୁ ମଧ୍ୟ ପ୍ରସ୍ତୁତ ନୁହେଁ।
Follow Us