ଉତ୍ତର କୋରିଆରେ ୧୨ ଲକ୍ଷରୁ ଅଧିକ ଲୋକଙ୍କୁ ଜ୍ବର

Advertisment
ଭୁବନେଶ୍ବରରେ ମାସ୍କ ପରିଧାନ ନିୟମ କଡ଼ାକଡ଼ି; ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

Mathrubhumi English

ନୂଆଦିଲ୍ଲୀ : ଉତ୍ତର କୋରିଆରେ ୧୨ ଲକ୍ଷରୁ ଅଧିକ ଲୋକଙ୍କୁ ଜ୍ବର ହୋଇଛି। ଗତ ୨୪ ଘଣ୍ଟାରେ ୮ ନୂଆ କରୋନା ମୃତ୍ୟୁ ହେବା ସହ ଅଧିକ ୩,୯୨,୯୨୦ ଜଣଙ୍କୁ ଜ୍ବର ହୋଇଛି। ଉତ୍ତର କୋରିଆରେ ମୋଟ୍‌ ୧୨ ଲକ୍ଷରୁ ଅଧିକ ଲୋକଙ୍କୁ ଜ୍ବର ହୋଇଛି। ୫,୬୪,୮୬୦ ଜଣ କ୍ବାରାଣ୍ଟିନ୍‌ରେ ଅଛନ୍ତି। ମାତ୍ର ୩ ଦିନରେ ଉତ୍ତର କୋରିଆରେ ମୋଟ୍‌ ୮,୨୦,୬୨୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଇତି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆଜି ଚେତାବନୀ ଦେଇ କହିଛନ୍ତି ଯେ ଉତ୍ତର କୋରିଆରେ ଦ୍ରୁତ ସଂକ୍ରମଣ ହୋଇପାରେ। ଉତ୍ତର କୋରିଆରେ ଟିକାକରଣ ଆରମ୍ଭ ହୋଇନଥିବାରୁ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିପାରେ ବୋଲି ହୁ ସତର୍କ କରାଇଛି। ଅନ୍ୟପକ୍ଷେ ବିଶ୍ବରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୫୨୧,୩୬୬,୩୯୮ ଏବଂ କରୋନା ମୃତ୍ୟୁସଂଖ୍ୟା ୪୯୧,୯୮୪,୯୪୪। ଆମେରିକାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୮୪,୨୩୦,୮୨୯ ଏବଂ କରୋନା ମୃତ୍ୟୁସଂଖ୍ୟା ୧,୦୨୬,୬୭୦। ଆମେରିକା ପରେ ଭାରତ ଏବଂ ବ୍ରାଜିଲ୍‌ ଉଭୟ ସଂକ୍ରମଣ ଏବଂ ମୃତ୍ୟୁ ମାମଲାରେ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe