Image Courtesy of Zee News
ହାଭାନା: କ୍ୟୁବାର ଦିବଂଗତ ବିପ୍ଳବୀ ନେତା ଫିଡେଲ୍ କାଷ୍ଟ୍ରୋଙ୍କ ବଡ଼ପୁଅ ଫିଡେଲ୍ କାଷ୍ଟ୍ରୋ ଡାଏଜ୍-ବାଲାର୍ଟ ଗୁରୁବାର ଦିନ ଆତ୍ମହତ୍ୟା କରିଛନ୍ତି। ଅନେକ ମାସ ହେବ ସେ ଅବସାଦ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। କ୍ୟୁବାର ରାଷ୍ଟ୍ରାୟତ ଗଣମାଧ୍ୟମରୁ ଏହି ସୂଚନା ମିଳିଛି।
କ୍ୟୁବାଡିବେଟ୍ େଓ୍ଵବ୍ସାଇଟ୍ କହିଛି, ଗଭୀର ଅବସାଦ ଯୋଗୁଁ କେତେ ମାସ ହେବ ଦଳେ ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହେଉଥିବା ଡାଏଜ୍-ବାଲାର୍ଟ ଆଜି ସକାଳେ ଆତ୍ମହତ୍ୟା କରିଛନ୍ତି।
ଅବିକଳ ତାଙ୍କ ବାପାଙ୍କ ପରି ଦିଶୁଥିବା ‘ଫିଡେଲ୍ଟିଓ’ ନାଁରେ ଜଣାଶୁଣା ୬୮ ବର୍ଷିୟ କନିଷ୍ଠ କାଷ୍ଟ୍ରୋ ପ୍ରଥମେ ଅବସାଦଗ୍ରସ୍ତ ହେବାରୁ ଡାକ୍ତରଖାନାରେ ଦାଖଲ ହୋଇଥିଲେ। ପରେ ଡାକ୍ତରଖାନା ଛାଡ଼ି ବାହାରେ ଚିକିତ୍ସିତ ହେଉଥିଲେ।
ପୂର୍ବତନ ସୋଭିଏତ୍ ସଂଘରେ ପାଠ ପଢ଼ିଥିବା କନିଷ୍ଠ କାଷ୍ଟ୍ରୋ ଜଣେ ଆଣବିକ ପଦାର୍ଥବିଜ୍ଞାନୀ ଭାବେ କ୍ୟୁବାନ୍ କାଉନ୍ସିଲ୍ ଅଫ୍ ଷ୍ଟେଟ୍ରେ ଜଣେ ବିଜ୍ଞାନ ପରାମର୍ଶଦାତା ଭାବେ କାମ କରୁଥିଲେ। ମୃତ୍ୟୁ ବେଳକୁ ସେ କ୍ୟୁବାନ୍ ଏକାଡେମି ଅଫ୍ ସାଇସ୍ସେସ୍ର ଉପସଭାପତି ଥିଲେ।
Follow Us