ହଓ୍ଵାନା:କ୍ୟୁବାର ପୂର୍ବତନ ରାଷ୍ଟ୍ରପତି ଫିଡେଲ କାଷ୍ଟ୍ରୋଙ୍କ ପୁଅ ତଥା ବିଶିଷ୍ଟ ପରମାଣୁ ବୈଜ୍ଞାନିକ ଡିୟାଜ ବାଲାର୍ଟ(୬୮) ଆଜି ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ ସମଗ୍ର କ୍ୟୁବାରେ ଶୋକର ଛାୟା ଖେଳିଯାଇଥିବା ବେଳେ ପରମାଣୁ ବୈଜ୍ଞାନିକମାନେ ଏହି ଖବରକୁ ବିଶ୍ୱାସ କରିପାରିନାହାନ୍ତି। ଦୀର୍ଘଦିନରୁ ଅବସାଦଗ୍ରସ୍ତ ଥିବା ଡିୟାଜ କିଛି ଦିନ ପୂର୍ବେ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଫେରିଥିଲେ। କୌଣସି ରାଜେନତିକ ପଦବି ଗ୍ରହଣ କରିନଥିବା ଡିୟାଜ ମୃତ୍ୟୁ ବେଳକୁ ଏକାଡେମି ଅଫ୍ ସାଇନ୍ସ ଅଫ୍ କ୍ୟୁବାର ଉପାଧ୍ୟକ୍ଷ ପଦରେ ଥିଲେ।
ଫିଡେଲ କାଷ୍ଟ୍ରୋ ପୁଅଙ୍କ ଆତ୍ମହତ୍ୟା
Advertisment
Follow Us