ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ଜଳି ପାଉଁଶ ହୋଇଗଲା ଦୁଇ ମହଲା, ଜାରି ରହିଛି ଉଦ୍ଧାରକାର୍ଯ୍ୟ

Advertisment
ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ଜଳି ପାଉଁଶ ହୋଇଗଲା ଦୁଇ ମହଲା, ଜାରି ରହିଛି ଉଦ୍ଧାରକାର୍ଯ୍ୟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଇନ୍ଦୋରର ରାଉରେ ଅବସ୍ଥିତ ୫ ମହଲା ବିଶିଷ୍ଟ ହୋଟେଲ ପପାୟା ଟ୍ରିରେ ବୁଧବାର ସକାଳେ ଭୟାବହ ଅଗ୍ନିକ‌ାଣ୍ଡ ଘଟିଥିଲା। ଏହି ନିଆଁ ବିକରାଳ ରୂପ ଧରି ହୋଟେଲର ସମସ୍ତ ମହଲାକୁ ବ୍ୟାପି ଯାଇଥିଲା। ଫଳରେ ହୋଟେଲର ସମସ୍ତ ରୁମରେ ଧୁଆଁ ଭରି ଯାଇଥିଲା।

ନିଆଁ ଲାଗିବା ଖବର ପାଇବା ମାତ୍ରେ ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୩ଟି ଦମକଳ ଗାଡି ଓ ୫ଟି ଟ୍ୟାଙ୍କର  ପହଞ୍ଚିଥିଲା। ହୋଟେଲରେ ଧୁଆଁ ଭରି ଯାଇଥିବାରୁ ଉଦ୍ଧାରକାର୍ଯ୍ୟରେ ଅସୁବିଧା ପରିଲକ୍ଷିତ ହୋଇଥିଲା।

ସୂଚନା ମୁତାବକ, ହୋଟେଲରେ ଫସି ରହିଥିବା ଲୋକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ସାମିଲ ରହିଥିଲେ। ଧୂଆଁ ହେତୁ ହୋ‌ଟେଲରେ ଥିବା ଜଣେ ମହିଳା ଯାତ୍ରୀ ଚେତାଶୂନ୍ୟ ହୋଇ ପଡ଼ିଥିବା ବେଳେ ଅନ୍ୟ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏବେ ବି ହୋଟେଲରେ ଥିବା ଯାତ୍ରୀଙ୍କୁ ଶିଢ଼ି, କ୍ରେନ ଲଗାଇ ହୋଟେଲ ଭିତରୁ ସୁରକ୍ଷିତ ଭାବେ ବାହାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ।

ହୋଟେଲ କାଫେଟେରିଆରେ ପ୍ରଥମେ ଏହି ଅଗ୍ନିକାଣ୍ଡ ଘଟିଥିଲା। ୫ ମହଲା ବିଶିଷ୍ଟ ଏହି ହୋଟେଲରେ ୬୦ଟି ରୁମ୍ ରହିଛି। ନିଆଁ ଲାଗିବା ଯୋଗୁଁ ହୋଟେଲର ଦୁଇଟି ମହଲା ଜଳି ସମ୍ପୂର୍ଣ୍ଣ ଭାବେ ନଷ୍ଟ ‌ହୋଇଯାଇଛି।

ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ ହୋଟେଲରେ ରହିଥିବା କୌଣସି ଯାତ୍ରୀଙ୍କୁ  ବିଶେଷ କିଛି କ୍ଷତି ପହଞ୍ଚିନାହିଁ। ତେବେ ଅଗ୍ନିକାଣ୍ଡରେ ହୋଟେଲର କେତେ କ୍ଷୟକ୍ଷତି ଘଟିଛି ତାହାର କୌଣସି ସବିଶେଷ ବିବରଣୀ  ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମିଳି ପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe