ଗାଜାରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ: ୨୪ ଘଣ୍ଟାରେ ଶତାଧିକ ମୃତ

ଗାଜା ସହରରେ ଇସ୍ରାଏଲର ପ୍ରଚଣ୍ଡ ବିମାନ ଆକ୍ରମଣ ଜାରି ରହିଛି। ଗତକାଲିଠାରୁ ଆକ୍ରମଣର ତୀବ୍ରତା ବଢ଼ିଥିବା ବେଳେ  ୨୪ ଘଣ୍ଟା ମଧ୍ୟରେ  ଶତାଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହା ଚଳିତ ଯୁଦ୍ଧରେ ସବୁଠାରୁ ଭୟଙ୍କର ଆକ୍ରମଣ ମଧ୍ୟରୁ  ଅନ୍ୟତମ ବୋଲି କୁହାଯାଇଛି।

sfshsfhhfxvb

ତେଲ୍‌ ଅଭିଭ୍‌: ଗାଜା ସହରରେ ଇସ୍ରାଏଲର ପ୍ରଚଣ୍ଡ ବିମାନ ଆକ୍ରମଣ ଜାରି ରହିଛି। ଗତକାଲିଠାରୁ ଆକ୍ରମଣର ତୀବ୍ରତା ବଢ଼ିଥିବା ବେଳେ  ୨୪ ଘଣ୍ଟା ମଧ୍ୟରେ  ଶତାଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହା ଚଳିତ ଯୁଦ୍ଧରେ ସବୁଠାରୁ ଭୟଙ୍କର ଆକ୍ରମଣ ମଧ୍ୟରୁ  ଅନ୍ୟତମ ବୋଲି କୁହାଯାଇଛି। ଏହି ଆକ୍ରମଣରୁ ଆବାସିକ ଅଞ୍ଚଳ, ବିସ୍ଥାପିତଙ୍କ ଶିବିର ଓ ସାଧାରଣ ନାଗରିକଙ୍କ ଗାଡ଼ି ମଧ୍ୟ ବର୍ତ୍ତି ନାହିଁ। ଏଭଳି ଆକ୍ରମଣ   ଗାଜାରେ ମାନବୀୟ ସଙ୍କଟକୁ ଆହୁରି ଗଭୀର କରିଛି। ସପ୍ତାହେ ହେଲା ଇସ୍ରାଏଲର ସ୍ଥଳ ଅଭିଯାନ ତୀବ୍ର ହେବା ପରେ ୪.୫ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଆଲ୍‌-ଶିଫା ହସ୍ପିଟାଲର ନିର୍ଦ୍ଦେଶକ ମହମ୍ମଦ ଆବୁ ସାଲମିୟାଙ୍କ  ଭାଇ, ଭାଉଜ ଓ ସେମାନଙ୍କ ସନ୍ତାନମାନେ ଏହି  ଆକ୍ରମଣରେ ନିହତ ହୋଇଛନ୍ତି।  ଏକ ଟ୍ରକ୍‌ରେ ପଳାୟନ କରୁଥିବା ଲୋକଙ୍କ ଉପରେ ବୋମାମାଡ଼ ଯୋଗୁଁ ୨୦ରୁ ଅଧିକ ନିହତ ହୋଇଛନ୍ତି।

ପାଲେଷ୍ଟାଇନ ସିଭିଲ ଡିଫେନ୍ସ ଏଜେନ୍ସି କହିଛି, ବିପଜ୍ଜନକ ପରିସ୍ଥିତି ଯୋଗୁଁ ଆହତ ଓ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ଅସମ୍ଭବ ହୋଇପଡ଼ିଛି।  ଇସ୍ରାଏଲ ଏବେ ବିସ୍ଫୋରକ ରୋବଟ ବ୍ୟବହାର କରୁଛି, ଯାହା ସମ୍ପୂର୍ଣ୍ଣ ଅଞ୍ଚଳକୁ ଧ୍ୱଂସ କରିବାରେ ଲାଗିଛି ବୋଲି କେତେକ ଏନ୍‌ଜିଓ ଦାବି କରିଛନ୍ତି। ଡାକ୍ତରମାନେ ସହର ଛାଡ଼ିବାକୁ ବାଧ୍ୟ ହେଉଥିବାରୁ ଆଗକୁ ଅତି ଭୟାନକ ସ୍ଥିତି ଉପୁଜିବ ବୋଲି ଜାତିସଂଘ ମଧ୍ୟ ସତର୍କ କରାଇ ଦେଇଛି। ଅନ୍ୟ ପକ୍ଷରେ  ତେଲ୍‌ ଅଭିଭ୍‌ରେ ହଜାର ହଜାର ଜନତା ଶାନ୍ତି ଓ ପଣବନ୍ଦୀଙ୍କୁ ଖଲାସ ଦାବିରେ ବିକ୍ଷୋଭ କରିଛନ୍ତି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସ୍‌ ସହ ଶାନ୍ତି ଆଲୋଚନା ନେଇ କୌଣସି ସଙ୍କେତ ଦେଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe