ଲେବାନନ୍‌ରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ, ୧୩ ମୃତ

Advertisment

ଇସ୍ରାଏଲ ମଙ୍ଗଳବାର ବିଳମ୍ବିତ ରାତିରେ ପଡ଼ୋଶୀ ଲେବାନନ୍‌ରେ   ଭୀଷଣ ବୋମାମାଡ଼ କରିଛି।  ଦେଶର ଦକ୍ଷିଣ ଭାଗରେ ଏନ୍‌ ଏଲ୍‌ ହିଲ୍‌ୱେରେ ପ୍ରବଳ ଜନଗହଳିପୂର୍ଣ୍ଣ.........

ଇସ୍ରାଏଲ ମଙ୍ଗଳବାର ବିଳମ୍ବିତ ରାତିରେ ପଡ଼ୋଶୀ ଲେବାନନ୍‌ରେ   ଭୀଷଣ ବୋମାମାଡ଼ କରିଛି।  ଦେଶର ଦକ୍ଷିଣ ଭାଗରେ ଏନ୍‌ ଏଲ୍‌ ହିଲ୍‌ୱେରେ ପ୍ରବଳ ଜନଗହଳିପୂର୍ଣ୍ଣ.........

Untitled-4

ତେଲ୍‌ ଅଭିଭ୍‌ : ଇସ୍ରାଏଲ ମଙ୍ଗଳବାର ବିଳମ୍ବିତ ରାତିରେ ପଡ଼ୋଶୀ ଲେବାନନ୍‌ରେ   ଭୀଷଣ ବୋମାମାଡ଼ କରିଛି।  ଦେଶର ଦକ୍ଷିଣ ଭାଗରେ ଏନ୍‌ ଏଲ୍‌ ହିଲ୍‌ୱେରେ ପ୍ରବଳ ଜନଗହଳିପୂର୍ଣ୍ଣ ପାଲେଷ୍ଟିନୀୟ ଶରଣାର୍ଥୀ ଶିବିର ଉପରେ ହୋଇଥିବା ଆକ୍ରମଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି।  ବର୍ଷକ ପୂର୍ବରୁ ‌ହେଜବୋଲ୍ଲା ସହ ଯୁଦ୍ଧବିରତି ହେବାପରେ ଏହା ଲେବାନନ୍‌ରେ ଇସ୍ରାଏଲର ଭୟଙ୍କର ଆକ୍ରମଣ। ଦକ୍ଷିଣ ବନ୍ଦର ସହର ସିଦ୍‌ନି ନିକଟରେ ଥିବା ଏକ ହମାସ ତାଲିମ ଶିବିରକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଛି ବୋଲି ଇସ୍ରାଏଲୀ ସେନା କହିଛି।  ଏକ୍ସରେ ଏକ ପୋଷ୍ଟ୍ କରି ଆଇଡିଏଫ୍‌ କହିଛି, ଇସ୍ରାଏଲର ପ୍ରତିରକ୍ଷା ବାହିନୀ ଏବଂ ଇସ୍ରାଏଲ ବିରୋଧରେ ଆତଙ୍କବାଦୀ ଆକ୍ରମଣ ପରିଚାଳନା କରିବାପାଇଁ ଏହି ପରିସରକୁ ହମାସ ଆତଙ୍କବାଦୀମାନେ ତାଲିମ ପାଇଁ ବ୍ୟବହାର କରୁଥିଲେ। ତେଣୁ ଏହାକୁ ଟା‌ର୍ଗେଟ୍‌ କରାଯାଇଛି ବୋଲି ଆଇଡିଏଫ୍‌ ଏକ ପୋଷ୍ଟ୍‌ରେ କହିଛି। ଲେବାନନ୍‌ରେ ଆଗକୁ ବି ଆକ୍ରମଣ ଜାରି ରହିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe