ସାଉଦି ଆରବରେ ହେବ ୨୦୩୪ର ଫୁଟବଲ ବିଶ୍ୱକପ୍

ସାଉଦି ଆରବ ୨୦୩୪ରେ ହେବାକୁ ଥିବା ଫୁଟବଲ ବିଶ୍ୱକପ୍ ଆୟୋଜନ କରିବ ବୋଲି ଫିଫା ଘୋଷଣା କରିଛି। ଏହାବ୍ୟତୀତ ୨୦୩୦ ଫିଫା ବିଶ୍ୱକପ୍ ମଧ୍ୟ ଘୋଷଣା କରାଯାଇଛି। ୨୦୩୦ ବିଶ୍ବକପ୍ ସ୍ପେନ୍, ପର୍ତ୍ତୁଗାଲ୍ ଓ ମରୋକ୍କୋ ମିଳିତ ଭାବେ ଆୟୋଜନ କରିବେ।

ଐତିହାସିକ ପଦାର୍ପଣରେ ପରାଜୟ: ଆମେରିକା ୩-୦ରେ ଜିତିଲା

ଜୁରିକ୍: ସାଉଦି ଆରବ ୨୦୩୪ରେ ହେବାକୁ ଥିବା ଫୁଟବଲ ବିଶ୍ୱକପ୍ ଆୟୋଜନ କରିବ ବୋଲି ଫିଫା ଘୋଷଣା କରିଛି। ଏହାବ୍ୟତୀତ ୨୦୩୦ ଫିଫା ବିଶ୍ୱକପ୍ ମଧ୍ୟ ଘୋଷଣା କରାଯାଇଛି। ୨୦୩୦ ବିଶ୍ବକପ୍ ସ୍ପେନ୍, ପର୍ତ୍ତୁଗାଲ୍ ଓ ମରୋକ୍କୋ ମିଳିତ ଭାବେ ଆୟୋଜନ କରିବେ। ଫିଫା ସଭାପତି ଜିଆନି ଇନଫାଣ୍ଟିନୋ ଏହା ଘୋଷଣା କରିଛନ୍ତି। ଆୟୋଜନ କରିବାକୁ ସାଉଦି ଆରବ ପାଇଁ କୌଣସି ଚ୍ୟାଲେଞ୍ଜ ନଥିଲା। ଫିଫା ବିଶ୍ୱକପ୍ ପାଇଁ ହୋଇଥିବା ବୈଠକରେ ୨୦୦ରୁ ଅଧିକ ସଦସ୍ୟ ଦେଶ ସର୍ବସମ୍ମତିକ୍ରମେ ଏହାକୁ ଅନୁମୋଦନ କରିଛନ୍ତି।
ଆମେ ଫୁଟବଲକୁ ଅଧିକ ଦେଶରେ ପହଞ୍ଚାଇବାକୁ ଚେଷ୍ଟା କରୁଛୁ ବୋଲି ଇନଫାଣ୍ଟିନୋ କହିଛନ୍ତି। ଫିଫା ବିଶ୍ୱକପ୍ ରେ ଆମେ ଅଧିକରୁ ଅଧିକ ଦଳର ଅଂଶଗ୍ରହଣ ଚାହୁଁଛୁ। ଫିଫା ଓ ସାଉଦି ଅଧିକାରୀମାନେ କହିଛନ୍ତି ଯେ ୨୦୩୪ ବିଶ୍ୱକପ୍ ଆୟୋଜନ କରିବା ଦ୍ୱାରା ମହିଳାଙ୍କ ସ୍ୱାଧୀନତା ଏବଂ ଅଧିକାରର ସମ୍ପ୍ରସାରଣ ସହିତ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିବ।

ଫିଫା ଓ ସାଉଦି ଅଧିକାରୀମାନେ କହିଛନ୍ତି ଯେ ୨୦୩୪ ବିଶ୍ୱକପ୍ ଆୟୋଜନ କରିବା ଦ୍ୱାରା ମହିଳାଙ୍କ ସ୍ୱାଧୀନତା ଏବଂ ଅଧିକାରର ସମ୍ପ୍ରସାରଣ ସହିତ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିବ।

ଜୁରିକ୍ ରେ ଅନୁଷ୍ଠିତ ବୈଠକରେ ମହିଳା ଫିଫା ବିଶ୍ୱକପ୍ ଆୟୋଜନ କରିବାକୁ ମଧ୍ୟ ଘୋଷଣା କରାଯାଇଥିଲା। ଫିଫା ମହିଳା ବିଶ୍ୱକପ୍ ଜୁନ୍ ୨୪ରୁ ଜୁଲାଇ ୨୫ ପର୍ଯ୍ୟନ୍ତ ବ୍ରାଜିଲରେ ଅନୁଷ୍ଠିତ ହେବ ବୋଲି ଫିଫା ମଙ୍ଗଳବାର ଘୋଷଣା କରିଛି। ପ୍ରଥମ ଥର ପାଇଁ ଦକ୍ଷିଣ ଆମେରିକାର କୌଣସି ଦେଶରେ ଏହି ପ୍ରତିଯୋଗିତା ଆୟୋଜନ କରାଯିବ। ମହିଳା ବିଶ୍ୱକପ୍ ରେ ମୋଟ ୩୨ଟି ଦଳ ଅଂଶଗ୍ରହଣ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe