ଛଅଟି ରାଜ୍ୟର ୧୫ ଶିଶୁଙ୍କୁ ମିଳିଲା ନୂଆ ଜୀବନ

ଛଅଟି ରାଜ୍ୟର ୧୫ ଶିଶୁଙ୍କୁ ମିଳିଲା ନୂଆ ଜୀବନ

sdjivpfpwwwgykr.ezua.com

ନୂଆଦିଲ୍ଲୀ : ଗତକାଲି ଛତିଶଗଡ଼ର ରାୟପୁରର ସତ୍ୟସାଇ ସଂଜୀବନୀ ହସ୍ପିଟାଲରେ ହୋଇଥିବା ମାରାଥନ ହାର୍ଟ ସର୍ଜରୀ ହୋଇଥିଲା। ଏଥିରେ ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ, ବିହାର, ଉତ୍ତର ପ୍ରଦେଶ ଓ ପଶ୍ଚିମବଂଗ ରାଜ୍ୟର ୧୫ ଜଣ ଶିଶୁଙ୍କୁ ନୂଆ ଜୀବନ ମିଳିଥିବାର ଜଣାପଡିଛି। ସାଇବାବାଙ୍କର ୯୫ତମ ଜନ୍ମଦିନ ଅବସରରେ ଚିକିତ୍ସକମାନଙ୍କ ଦ୍ୱାରା ସମସ୍ତ ଶିଶୁମାନଙ୍କର ମାଗଣାରେ ହାର୍ଟସର୍ଜରୀ କରାଯାଇଥିଲା। ଏସବୁ ଶିଶୁମାନଙ୍କର ହୃଦୟ ସଂବନ୍ଧୀୟ ଏକାଧିକ ସମସ୍ୟା ରହିଥିଲା ତଥା ସେମାନଙ୍କର ବୟସ ଗୋଟିଏ ମାସରୁ ଛଅବର୍ଷ ଥିଲା। ୧୫ ଶିଶୁମାନଙ୍କର ହାର୍ଟ ସର୍ଜରୀ ସଂପନ୍ନ ହେବାରେ ଛବିଶ ଘଣ୍ଟା ସମୟ ଲାଗିଥିଲା। ୧୫ ଜଣ ଶିଶୁମାନଙ୍କର ହାର୍ଟ ସର୍ଜରୀ ପାଇଁ ପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାଇ ହସ୍ପିଟାଲ ଦ୍ୱାରା ପ୍ରତ୍ୟେକ ଡାକ୍ତରମାନଙ୍କୁ ଅଲଗା ଅଲଗା ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe