ସବୁଠୁ ପଞ୍ଚମ ଶସ୍ତା: ଭାରତରେ ୧ ଜିବି ଡାଟା ଦାମ୍ ୧୪ ଟଙ୍କା

Advertisment
ସବୁଠୁ ପଞ୍ଚମ ଶସ୍ତା: ଭାରତରେ ୧ ଜିବି ଡାଟା ଦାମ୍ ୧୪ ଟଙ୍କା

Zee News

ନୂଆଦିଲ୍ଲୀ: ଭାରତରେ ୧ ଜିବି ଡାଟା ପାଇଁ ଜଣକୁ ହାରାହାରି ୧୪ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଫଳରେ ଡାଟା କ୍ଷେତ୍ରରେ ବିଶ୍ବରେ ଭାରତ ସବୁଠୁ ପଞ୍ଚମ ଶସ୍ତା ଦେଶ। ତେବେ ବିଶ୍ବରେ ସବୁଠୁ ଶସ୍ତାରେ ଇସ୍ରାଏଲରେ ଡାଟା ମିଳୁଛି। ଇସ୍ରାଏଲ ପଛକୁ ଦ୍ବିତୀୟ ସ୍ଥାନରେ ଇଟାଲି, ତୃତୀୟ ସ୍ଥାନରେ ସାନ୍‌ ମେରିନୋ, ଚତୁର୍ଥ ସ୍ଥାନରେ ଫିଜି ଏବଂ ପଞ୍ଚମ ସ୍ଥାନରେ ଭାରତ ରହିଛି। ଇସ୍ରାଏଲରେ ୧ ଜିବି ଡାଟା ପାଇଁ ପାଖାପାଖି ୩ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି।

ଅନ୍ୟପକ୍ଷରେ ଦକ୍ଷିଣ ଆଟଲାଣ୍ଟିକ ମହାସାଗରରେ ଥିବା ସେଣ୍ଟ ହେଲେନାରେ ଡାଟା ମୂଲ୍ୟ ସର୍ବାଧିକ ବିଶ୍ବରେ ସର୍ବାଧିକ ବା ୧ ଜିବି ପାଇଁ ପାଖାପାଖି ୩୫୦୦ ଟଙ୍କା ରହିଛି। ଡାଟା ପାଇଁ ସବୁଠୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଥିବା ଦେଶ ଗୁଡ଼ିକ ମଧ୍ୟରେ ସେଣ୍ଟ ହେଲେନା ପଛକୁ ‌ଯଥାକ୍ରମେ ଫକଲ୍ୟାଣ୍ଡ ଆଇଲାଣ୍ଡ, ସା‌ଓ ଟୋମ ଆଣ୍ଡ ପ୍ରିନ୍ସିପେ, ଟୋକେଲ୍ୟୁ ଏବଂ‌ ‌ୟେମେନ ଦ୍ବିତୀୟରୁ ପଞ୍ଚମ ସ୍ଥାନ ମଧ୍ୟରେ ରହିଛନ୍ତି। କେବଲ୍‌ ଡଟ୍‌ ୟୁକେ ପକ୍ଷରୁ ୨୩୩ଟି ଦେଶକୁ ନେଇ କରାଯାଇଥିବା ଅନୁଧ୍ୟାନରୁ ଏହା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe