୨୦୨୦ରେ ନକ୍ସଲ ଆକ୍ରମଣରେ ୫୯ ପୁଲିସ କର୍ମୀ ସହିଦ: ଦଙ୍ଗା ଆହତ ତାଲିକାରେ କେରଳ ଶୀର୍ଷରେ

Advertisment
୨୦୨୦ରେ ନକ୍ସଲ ଆକ୍ରମଣରେ ୫୯ ପୁଲିସ କର୍ମୀ ସହିଦ: ଦଙ୍ଗା ଆହତ ତାଲିକାରେ କେରଳ ଶୀର୍ଷରେ

ନୂଆଦିଲ୍ଲୀ: ନ୍ୟାସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ ଦ୍ବାରା ପ୍ରକାଶିତ ସର୍ବଶେଷ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୦ରେ ବାମପନ୍ଥୀ ଉଗ୍ରବାଦ ଯୋଗୁ ସର୍ବାଧିକ ସଂଖ୍ୟକ ପୁଲିସ ମୃତ୍ୟୁବରଣ କରିଛନ୍ତି। ନକ୍ସଲବାଦୀ କାର୍ଯ୍ୟକଳାପ ଯୋଗୁଁ ୨୦୨୦ରେ ୫୯ ଜଣ ପୁଲିସ କର୍ମଚାରୀ ସହିଦ ହୋଇଥିବାବେଳେ ଆତଙ୍କବାଦ ଯୋଗୁଁ ୩୬ ଜଣ ପ୍ରାଣ ହରାଇଥିଲେ। ନକ୍ସଲ ସମ୍ବନ୍ଧୀୟ ଘଟଣା ଯୋଗୁଁ ପୁଲିସ କର୍ମଚାରୀଙ୍କ ସର୍ବାଧିକ ମୃତ୍ୟୁ ସଂଖ୍ୟା ଥିଲା ୫୫ ଏବଂ ଛତିଶଗଡରୁ ଏହି ସବୁ ମାମଲା ରିପୋର୍ଟ କରାଯାଇଥିଲା। ମହାରାଷ୍ଟ୍ର ଓ ଝାଡଖଣ୍ଡ ଯଥାକ୍ରମେ ୩ ଓ ୧ଟି ଘଟଣା ବିଷୟରେ ରିପୋର୍ଟ କରିଥିଲେ। ଛତିଶଗଡ଼ରେ ଦଙ୍ଗା ଯୋଗୁଁ ୧୨ ଜଣ ପୁଲିସ ଜୀବନ ହରାଇଥିଲେ। ଏହା ପଛକୁ ଆସାମ ଓ ଦିଲ୍ଲୀ ଯଥାକ୍ରମେ ୮ ଏବଂ ୧ଟି ମାମଲା ରିପୋର୍ଟ କରିଥିଲେ। ଆତଙ୍କବାଦ ସମ୍ବନ୍ଧୀୟ ମୃତ୍ୟୁ ଘଟଣାରେ ୨୦୨୦ରେ ମୋଟ ୩୬ଟି ମାମଲା ରିପୋର୍ଟ କରାଯାଇଥିଲା ଏବଂ ଏସବୁ ଜମ୍ମୁ-କାଶ୍ମୀରର ବୋଲି ଏନ୍‌ସିଆର୍‌ବି ତଥ୍ୟରେ ଦର୍ଶାଯାଇଛି।

ତଥ୍ୟରୁ ଜଣାପଡିଛି ଯେ ଜମ୍ମୁ-କାଶ୍ମୀରରେ ସୀମାରେ ଗୁଳିମାଡ଼ ଯୋଗୁ ୯ ଜଣ ପୁଲିସ ପ୍ରାଣ ହରାଇଛନ୍ତି। ଆହତ ହୋଇଥିବା ପୁଲିସ କର୍ମଚାରୀଙ୍କ ସଂଖ୍ୟା ଦୃଷ୍ଟିରୁ ସବା ଉପରେ ଅଛି କେରଳ। କେରଳରେ ୨୦୨୦ରେ ସର୍ବାଧିକ ୧୭୬ ଜଣ ପୁଲିସ ଆହତ ହୋଇଛନ୍ତି। ଉକ୍ତ ୧୭୬ଟି ମାମଲା ମଧ୍ୟରୁ ୧୧୧ଟି ଦଙ୍ଗାଜନିତ ଏବଂ ୬୫ଟି ଅପରାଧୀ ଓ ଗ୍ୟାଙ୍ଗଷ୍ଟରଙ୍କ ଆକ୍ରମଣ ଯୋଗୁ ହୋଇଛି। କେରଳ ପଛକୁ ଦଙ୍ଗା-ଆହତ ସଂଖ୍ୟାରେ ରାଜସ୍ଥାନ ଦୁଇ ନମ୍ବରରେ ରହିଛି, ଯେଉଁଠି ୨୦୨୦ରେ ୧୬୨ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ଏଥିମଧ୍ୟରୁ ୧୩୯ଟି ଅପରାଧୀଙ୍କ ଦ୍ବାରା, ୨୦ଟି ଦଙ୍ଗା ଦ୍ବାରା ଏବଂ ୩ଟି ଦୁର୍ଘଟଣା ଯୋଗୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe