୧୩ ବର୍ଷରେ ନୀତୀଶଙ୍କ ଦୁର୍ନୀତି ବିରୋଧୀ ଲଢ଼େଇ ଦିଗହରା

ନୀତୀଶ କୁମାରଙ୍କ ଘୋଷଣା: ୨୦୨୪ରେ ‘ତୃତୀୟ ସାମ୍ମୁଖ୍ୟ’ ନୁହେଁ ‘ମୁଖ୍ୟ ସାମ୍ମୁଖ୍ୟ’

Hindustan

ପାଟନା : ୨୦୦୭ ଅଗଷ୍ଟ ୧୫ ତାରିଖରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନା ସ୍ଥିତ ଗାନ୍ଧୀ ମଇଦାନରେ ଅତି ଚମତ୍କାର ସ୍ବାଧୀନତା ଦିବସ ଭାଷଣ ଦେଇଥିଲେ। ନୀତୀଶଙ୍କର ଏହି ଭ‌ାଷଣରେ ମୁଖ୍ୟ ଫୋକସ୍‌ ଥିଲା ଦୁର୍ନୀତି ବିରୋଧରେ ଲଢ଼େଇ। ରାଜ୍ୟରେ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀମାନଙ୍କ ଦୁର୍ନୀତିର ତଦନ୍ତ ପାଇଁ ନୀତୀଶ ସରକାର ଏକ ଏସ୍‌ଭିୟୁ ( ସ୍ପେସାଲ୍‌ ଭିଜିଲାନ୍ସ ୟୁନିଟ୍‌) ପ୍ରତିଷ୍ଠା କରିବେ ବୋଲି ଘୋଷଣା କରିଥିଲେ। ଅବସରପ୍ରାପ୍ତ ସିବିଆଇ ଅଧିକାରୀମାନେ ଏହି ଏସ୍‌ଭିୟୁର ନେତୃତ୍ବ ନେଇ ଦୁର୍ନୀତି ମାମଲାର ତଦନ୍ତ କରିବେ ବୋଲି ନୀତୀଶ ଘୋଷଣା କରିଥିଲେ। ସରକାରଙ୍କ ଦ୍ବାରା ପ୍ରସ୍ତୁତ ସରକାରୀ ଭାଷଣରେ ଏହି ଘୋଷଣା ନଥିଲା। ଅଧିକାରୀମାନେ ମଧ୍ୟ ଏନେଇ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। କିନ୍ତୁ ନୀତୀଶଙ୍କ ଏହି ଭାଷଣ ପରେ ତାଙ୍କୁ ଖୁବ୍‌ ପ୍ରଶଂସା କରାଯାଇଥିଲା। ସେବେଠାରୁ ୧୩ ବର୍ଷ ବିତିଯାଇଛି। ଏସ୍‌ଭିୟୁ ଆରମ୍ଭ ହୋଇ ଏକପ୍ରକାର ଅକାମି ହୋଇଯାଇଛି। ଆଇଜି ରୢାଙ୍କ୍‌ ଅଧିକାରୀ ରତନ ସଂଜୟ ଏସ୍‌ଭିୟୁର ନେତୃତ୍ବ ନେଉଛନ୍ତି କିନ୍ତୁ ସେ ନିଜେ ଅତିରିକ୍ତ ଦାୟିତ୍ବରେ ଅଛନ୍ତି। ସରକାରୀ ୱେବସାଇଟ୍‌ରୁ ଏହା ଜଣା‌ପଡ଼ିଛି ଯେ, ଆରମ୍ଭ ହେବାଦିନକୁ ଏସ୍‌ଭିୟୁ ମାତ୍ର ୪ଟି ମାମଲାର ତଦନ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe