'ନିଜ ନିଜ ଭିତରେ ଲଢ଼ ଆଉ ପରସ୍ପରକୁ ଧ୍ବଂସ କର', ଆପ୍ ପଛରେ ପଡ଼ିବା ନେଇ ଓମାର ଅବଦୁଲ୍ଲାଙ୍କ କଟାକ୍ଷ

ଦିଲ୍ଲୀ ନିର୍ବାଚନ ଫଳାଫଳ ନେଇ ଆପ୍ ଏବଂ କଂଗ୍ରେସକୁ ଜମମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କଟାକ୍ଷ କରିଛନ୍ତି। ନିର୍ବାଚନ ଟ୍ରେଣ୍ଡରେ ଆପ୍ ପଛରେ ପଡ଼ିବା ନେଇ ସେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି। ଏବେ ନିଜ ନିଜ ମଧ୍ୟରେ ଲଢ ଆଉ ପରସ୍ପରକୁ ଧ୍ବଂସ କର...

'Fight among yourselves and destroy each other', says Omar Abdullah on falling behind the app

'Fight among yourselves and destroy each other', says Omar Abdullah on falling behind the app Photograph: (sambad.in)

ଶ୍ରୀନଗର: ଦିଲ୍ଲୀ ନିର୍ବାଚନ ଫଳାଫଳ ନେଇ ଆପ୍ ଏବଂ କଂଗ୍ରେସକୁ  ଜମମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କଟାକ୍ଷ କରିଛନ୍ତି। ନିର୍ବାଚନ ଟ୍ରେଣ୍ଡରେ ଆପ୍ ପଛରେ ପଡ଼ିବା ନେଇ ସେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି। ଏବେ ନିଜ ନିଜ ମଧ୍ୟରେ ଲଢ ଆଉ ପରସ୍ପରକୁ ଧ୍ବଂସ କର।

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି।   ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଆପ୍ ଏବଂ  ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଆପ୍ ୩୫ ଏବଂ ବିଜେପି ୩୪ ଆସନରେ ଆଗୁଆ ରହିଥିଲା। ତେବେ ପରବର୍ତ୍ତୀ ସମୟରେ ବିଜେପି  ୫୦ ଆସନ ଛୁଇଁଛି।

ଦିଲ୍ଲୀରେ ବିଜେପି ସରକାର ଗଠନ କରିବା ଆଶା ଉଜ୍ଜ୍ବଳ ହୋଇଛି।

ସେହିପରି ଅରବିନ୍ଦ କେଜରିୱାଲ, ମୁଖ୍ୟମନ୍ତ୍ରୀ ଅତିଶୀ ମାର୍ଲେନା ଏବଂ ମନୀଷ ସିସୋଡିଆଙ୍କ ସମେତ ଆମ ଆଦମୀ ପାର୍ଟିର ଅନେକ ବଡ଼ ଚେହେରା ପଛରେ ପଡ଼ିଯାଇଛନ୍ତି। 

ଅଧିକ ପଢ଼ନ୍ତୁ: ଦିଲ୍ଲୀ ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡ, ବିଜେପି ୫୦ ଆସନ ଛୁଇଁଲା

ସୂଚନାଯୋଗ୍ୟ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୩୬ ରହିଛି। 

ଅଧିକ ପଢ଼ନ୍ତୁ: ଅରବିନ୍ଦ କେଜ୍ରିୱାଲ୍‌ ୪ର୍ଥ ଥର ମୁଖ୍ୟମନ୍ତ୍ରୀ ହେବେ: ଅତିଶୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe