ଛଟ୍‌ ପୂଜାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମର୍ଥକ ଓ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ମାରପିଟ

Advertisment
ଛଟ୍‌ ପୂଜାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମର୍ଥକ ଓ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ମାରପିଟ

ରାଞ୍ଚି: ଛଠ ପୂଜାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମର୍ଥକ ଓ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ମାରପିଟ ଭଳି ଘଟଣା ଘଟିଛି | ଝାଡ଼ଖଣ୍ଡର ଜାମସେଦପୁରରେ ଛଠ ପୂଜା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ବର୍ତ୍ତମାନର ବିଧାୟକ ସରୁଜୁ ରାୟଙ୍କ ସମର୍ଥକ ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ସମର୍ଥକଙ୍କ ମଧ୍ୟରେ ଝଗଡା ହୋଇଥିଲା। ସମାନ ସ୍ଥାନରେ ଛଠ ପୂଜାର ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଏହି ବିବାଦ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ଜାମସେଦପୁରର ସିଡଗୋରା ସୂର୍ଯ୍ୟ ମନ୍ଦିରରେ ଛଠ ପୂଜା ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିଲା, ଏହି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଖୁବ୍ ଶୀଘ୍ର ଝଗଡା ରେ ପରିଣତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ପୁଲିସ ଉପସ୍ଥିତିରେ ଏହି ସଂଘର୍ଷ ହୋଇଥିଲା, ଯେଉଁଥିରେ ଉଭୟ ଗୋଷ୍ଠୀ ପରସ୍ପର ସହ ଲଢ଼ିଥିଲେ |

ଏହି ଘଟଣା ପରେ ଉଭୟ ପକ୍ଷ ପୁଲିସ ଷ୍ଟେସନରେ ପହଞ୍ଚି ପରସ୍ପର ବିରୋଧରେ ଏଫଆଇଆର ଦାଖଲ କରିଥିଲେ। ଏହା ପରେ ପ୍ରଶାସନ ସିଡଗୋରା ଟାଉନ ହଲ ପରିସରକୁ ତାଲା ପକାଇ କାର୍ଯ୍ୟକ୍ରମକୁ ଅନୁମତି ନଦେବାକୁ ଘୋଷଣା କରିଥିଲା। ବାସ୍ତବରେ ସିଡଗୋରାସ୍ଥିତ ସୂର୍ଯ୍ୟ ମନ୍ଦିର କମ୍ପ୍ଲେକ୍ସରେ ୨୦୦୨ ମସିହାରୁ ରଘୁବର ଦାସ ଏବଂ ତାଙ୍କ ସମର୍ଥକମାନେ ପୂଜା ଆୟୋଜନ କରିଆସୁଛନ୍ତି | ତେବେ ଏଥର ଜାମସେଦପୁର ପୂର୍ବରୁ ବିଧାୟକ ଥିବା ସରଜୁ ରାୟ ପୂଜା କରିବା ନେଇ ଘୋଷଣା କରିଥିଲେ | ଯାହାକୁ ନେଇ ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ଝଗଡା ହୋଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe