ଲଢେଇ ଏବେ ଶେଷ ହୋଇନାହିଁ, ଏବେ ମୁଁ ଜବାବ ଦେବାକୁ ପ୍ରସ୍ତୁତ: ଜିଶାନ୍ ସିଦ୍ଦିକି

ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିବା ବେଳେ ପ୍ରମାଣ ଖୋଜିବାରେ ଲାଗିପଡ଼ିଛି ପୁଲିସ | ଏମଧ୍ୟରେ ବାବାଙ୍କ ପୁଅ ଜିଶାନ୍ ସିଦ୍ଦିକି ଏକ୍ସରେ ଏକ ପୋଷ୍ଟ କରି ଶତ୍ରୁକୁ ଟାର୍ଗେଟ କରିଛନ୍ତି |

news18.com

ମୁମ୍ବାଇ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି। ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିବା ବେଳେ ପ୍ରମାଣ ଖୋଜିବାରେ ଲାଗିପଡ଼ିଛି ପୁଲିସ | ଏମଧ୍ୟରେ ବାବାଙ୍କ ପୁଅ ଜିଶାନ୍ ସିଦ୍ଦିକି ଏକ୍ସରେ ଏକ ପୋଷ୍ଟ କରି ଶତ୍ରୁକୁ ଟାର୍ଗେଟ କରିଛନ୍ତି |

ସେ କରିଥିବା ପୋଷ୍ଟରେ ଲେଖିଛନ୍ତି ଯେ, “ସେମାନେ ମୋ ବାପାଙ୍କୁ ଚୁପ୍ କରିଦେଲେ। କିନ୍ତୁ ସେମାନେ ଭୁଲିଯାଇଛନ୍ତି ଯେ, ସେ ସିଂହ ଥିଲେ ଏବଂ ମୁଁ ତାଙ୍କ ଗର୍ଜନକୁ ମୋ ଭିତରେ ରଖି ଆଗକୁ ବଢୁଛି | ତାଙ୍କ ଲଢେଇ ମୋ ଶିରାରେ ଅଛି | ସେ ନ୍ୟାୟ ପାଇଁ ଛିଡା ହେଉଥିଲେ, ପରିବର୍ତ୍ତନ ପାଇଁ ଲଢୁଥିଲେ ଏବଂ ଅଦମ୍ୟ ସାହସ ସହିତ ଝଡର ସାମ୍ନା କରୁଥିଲେ | ବର୍ତ୍ତମାନ, ଯେଉଁମାନେ ତାଙ୍କୁ ହତ୍ୟା କଲେ, ସେମାନେ ଜିତି ଯାଇଛନ୍ତି ବୋଲି ଭାବି ମୋ ଆଡେ ଦେଖୁଛନ୍ତି | ମୁଁ ସେମାନଙ୍କୁ କହିରଖୁଛି ଯେ, ସିଂହର ରକ୍ତ ମୋ ଶିରାରେ ଦୌଡୁଛି। ମୁଁ ଏବେ ଦୃଢ ଭାବେ ସେମାନଙ୍କ ସାମ୍ନା କରିବାକୁ ପ୍ରସ୍ତୁତ | ଏହି ଲଢେଇ ଶେଷ ହୋଇ ନାହିଁ | ଆଜି ମୁଁ ସେଇଠି ଛିଡା ହୋଇଛି ଯେଉଁଠାରେ ମୋ ବାପା ଠିଆ ହୋଇଥିଲେ: ଜୀବନ୍ତ ଏବଂ ପ୍ରସ୍ତୁତ |”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe