Image Source: India Today
ମୁମ୍ବାଇ: ଚୁଡ଼ି ପାଇଁ ପାଟିତୁଣ୍ଡ କରିବା ପରେ ଝିଅ ଫିନାଇଲ୍ ପିଇ ଦେବାରୁ ଜଣେ ମାଆ ସାତ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ରବିବାର ସନ୍ଧ୍ୟାରେ ଘଟଣାଟି ଘଟିଛି ମୁମ୍ବାଇର ଓଶିଓ୍ଵାରା ମେଟ୍ରୋପଲିସ୍ ଅନ୍ତର୍ଗତ ଲୋକହଣ୍ଡଓ୍ଵାଲା ମାର୍କେଟ୍ ଅଞ୍ଚଳରେ।
ଓଶିଓ୍ଵାରା ପୁଲିସ କହିବା ଅନୁସାରେ, ଘରେ ଥିବା ସୁନା ଚୂଡ଼ି ଓ କେତେକ ଗହଣା ନ ମିଳିବାରୁ ୩୨ ବର୍ଷୀୟ ଝିଅ ଓ ୫୨ ବର୍ଷୀୟ ମାଆ ପାଟିତୁଣ୍ଡ ଲାଗିଥିଲେ। ଝିଅ ସ୍ୱାମୀ ସହ ଅନ୍ୟତ୍ର ରହିବାକୁ ଚାହୁଁଥିଲା। ସେଥିପାଇଁ ମାଆ ତା’ର ଗହଣା ଲୁଚାଇ ନେଇଯାଇଛି ବୋଲି ତା’ର ସନ୍ଦେହ ହୋଇଥିଲା। ଏ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା। ରାଗରେ ଝିଅ ବାଥ୍ରୁମ୍କୁ ଯାଇ ଆତ୍ମହତ୍ୟା କରିବାକୁ ଫିନାଇଲ୍ ପିଇଦେଇଥିଲା। ଘର ଲୋକମାନେ ତୁରନ୍ତ ଝିଅକୁ ଡାକ୍ତରଖାନା ନେଇଯାଇଥିଲେ। ଚିକିତ୍ସା କରାଯିବା ପରେ ସେ ବିପଦମୁକ୍ତ ବୋଲି ଡାକ୍ତରମାନେ କହିଥିଲେ।
Image Soruce: Hindustan Timesଏହାପରେ, ପରିବାର ଲୋକେ ଘରକୁ ଫେରିଥିଲେ। କିନ୍ତୁ, ଘରେ ମାଆଙ୍କୁ ପାଇ ନ ଥିଲେ। ବହୁଖୋଜା ଖୋଜି ପରେ କୋଠାର ଦ୍ୱିତୀୟ ମହଲାର ଟେରାସ୍ରୁ ତାଙ୍କ ମୃତଦେହ ମିଳିଥିଲା।
ପୁଲିସ ଘଟଣାର ତଦନ୍ତ କରୁଛି।
Follow Us