ହାଲ ନିର୍ମିତ ବିମାନ ବ୍ୟବହାର ବାୟୁସେନାର ଆକ୍ରମଣ କ୍ଷମତା ପ୍ରଭାବିତ ହେଉଛି : ବାୟୁସେନା ମୁଖ୍ୟ

Advertisment
ବାଲାକୋଟ୍‌ ଆତଙ୍କବାଦୀ କ୍ୟାମ୍ପକୁ ସଂପୂର୍ଣ୍ଣ ଉଡ଼େଇ ଦେଇଥିଲେ ଅପପ୍ରଚାରର ସୁଯୋଗ ନଥାନ୍ତା : ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ : ରାଫେଲ ପ୍ରସଙ୍ଗରେ ରାଷ୍ଟ୍ରାୟତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନୋଟିକ୍ସ ( ହାଲ )କଥା ଉଠୁଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହୁଛନ୍ତି ଯେ ସରକାର ହାଲକୁ କାହିଁକି ରାଫେଲର ଅଫସେଟ ପାର୍ଟନର ନକରି ରିଲାଏନ୍ସ ଓ ଅନ୍ୟ କିଛି ଘରୋଇ କମ୍ପାନିଙ୍କୁ ଅଫସେଟ ପାର୍ଟନର କରିଛନ୍ତି । ସରକାର ଘରୋଇ କମ୍ପାନିଙ୍କୁ ଲାଭ ପହଞ୍ଚାଇବାକୁ ହାଲକୁ ଅବହେଳା କରୁଛନ୍ତି । ମୂଳ କଥା ହେଲା ସରକାର ହାଲକୁ କାମ ନଦେଇ ବିଦେଶୀ କମ୍ପାନିଙ୍କୁ ଲାଭ ପହଞ୍ଚାଉଛନ୍ତି । ଏ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସାଲ ବିଏସ ଧନୋଆ । ସେ କହିଛନ୍ତି ଯେ ଭାରତୀୟ ବାୟୁସେନା କେତେକ ପ୍ରସଙ୍ଗରେ ସାଲିସ କରି ହାଲ ଉପରେ ନିର୍ଭର କରୁଛି । କିନ୍ତୁ ଯେତେବେଳେ ଏକ ଶତ୍ରୁ ଆକ୍ରମଣ କରିବ ସେତେବେଳେ କଣ ଶତ୍ରୁ ହାଲକୁ ଏହି ସୁବିଧା ଦେବ କି ? ଶତ୍ରୁ କଣ ଅତ୍ୟାଧୁନିକ ବିମାନ ବଦଳରେ ପୁରୁଣାକାଳିଆ ବିମାନ ବ୍ୟବହାର କରିବ କି ?

ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା । ନିକଟରେ ସରକାର ମୋଟ ରାଶିର ୨୫ ପ୍ରତିଶତ ପେମେଣ୍ଟ ଫ୍ରାନ୍ସ ସରକାରଙ୍କୁ କରିଛନ୍ତି । ଏହି ଚୁକ୍ତି ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ହୋଇଥିବାରୁ ଭାରତ ସରକାର ଫ୍ରାନ୍ସ ସରକାରଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଫ୍ରାନ୍ସ ସରକାର ଏହି ଅର୍ଥ ଡାସାଁ ଆଭିଏସନକୁ ପ୍ରଦାନ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe