ରଣକ୍ଷେତ୍ର ପାଲଟିଲା ସମାଜବାଦୀ ପାର୍ଟି ଅଫିସ, ପିଟାପିଟି ହେଲେ କର୍ମୀ

ଉତ୍ତରପ୍ରଦେଶର ମେରଠରେ ଥିବା ସମାଜବାଦୀ ପାର୍ଟି ଜିଲ୍ଲା କାର୍ଯ୍ୟାଳୟରେ ଆଜି ଏକ ଅଜବ ଦୃଶ୍ୟ ଦେଖାଯାଇଛି । ଜିଲ୍ଲା କାର୍ଯ୍ୟାଳୟଟିରେ ଆଜି ଦଳର କର୍ମୀମାନଙ୍କ ପାଇଁ ଏକ ରଣକ୍ଷେତ୍ର ପାଲଟିଥିଲା । ଦଳର କର୍ମୀମାନେ ପରସ୍ପର ମଧ୍ୟରେ ପିଟାପିଟି ହେଉଥିବା ଦେଖିବାକୁ ମିଳିଥିଲା ।

ଅଦ୍ୟତନ ହୋଇଛି
ମେଣ୍ଟ ଉପରେ ପ୍ରଶ୍ନବାଚୀ: ‘ପିଡିଏ ଆମକୁ ଜିତାଇବ’, ଇଣ୍ଡିଆ ନାଁ ନେଲେନି ଅଖିଳେଶ

ମେରଠ : ଉତ୍ତରପ୍ରଦେଶର ମେରଠରେ ଥିବା ସମାଜବାଦୀ ପାର୍ଟି ଜିଲ୍ଲା କାର୍ଯ୍ୟାଳୟରେ ଆଜି ଏକ ଅଜବ ଦୃଶ୍ୟ ଦେଖାଯାଇଛି । ଜିଲ୍ଲା କାର୍ଯ୍ୟାଳୟଟିରେ ଆଜି ଦଳର କର୍ମୀମାନଙ୍କ ପାଇଁ ଏକ ରଣକ୍ଷେତ୍ର ପାଲଟିଥିଲା । ଦଳର କର୍ମୀମାନେ ପରସ୍ପର ମଧ୍ୟରେ ପିଟାପିଟି ହେଉଥିବା ଦେଖିବାକୁ ମିଳିଥିଲା । କର୍ମୀମାନେ ପରସ୍ପରକୁ ବିଧା ଗୋଇଠା ମାରୁଥିବା ଦେଖାଯାଇଥିଲା । 

ସୂଚନା ଅନୁସାରେ, ସମ୍ବିଧାନ ମାନ ସ୍ତମ୍ଭ ସ୍ଥାପନ ପାଇଁ ଶୁକ୍ରବାର ଦଳର ଜିଲ୍ଲା କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପୂର୍ବତନ ମନ୍ତ୍ରୀ ତଥା ଏସପି ବାବା ସାହେବ ବାହିନୀର ରାଷ୍ଟ୍ରୀୟ ସଭାପତି ମିଠି ଲାଲ ଭାରତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଭଲ ଚାଲିଥିଲା, କିନ୍ତୁ ହଠାତ୍ ଚିତ୍କାର ଶବ୍ଦ ଶୁଣିବାକୁ ମିଳିଥିଲା। କେହି କିଛି ବୁଝି ପାରିନଥିଲେ। ଏହାପରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ହଙ୍ଗାମା ଏତେ ବଢିଯାଇଥିଲା ଯେ କର୍ମୀମାନେ ଶତ୍ରୁ ଭଳି ପରସ୍ପର ଉପରେ ପିଟାପିଟି ଆରମ୍ଭ କରିଦେଇଥିଲେ । 
ସପା ନେତାଙ୍କ ମଧ୍ୟରେ ଧସ୍ତାଧସ୍ତି, ଧକ୍କା ଓ ଗାଳିଗୁଲଜର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦଳର ବାବା ସାହେବ ବାହିନୀର ମହିପାଲ ପୂର୍ବତନ ମନ୍ତ୍ରୀ ମିଥି ଲାଲ ଭାରତୀଙ୍କୁ ମୁଖ୍ୟ ଅତିଥି ଭାବେ ସ୍ୱାଗତ କରିବାକୁ ଯାଉଥିଲେ। କିନ୍ତୁ ଦଳର ଆଉଜଣେ ନେତା ଦୀପକ ସିରୋହି ତାଙ୍କୁ ଏଥିପାଇଁ ଅଟକାଇବା ପରେ ବିବାଦ ଆରମ୍ଭ ହୋଇଥିଲା ।  କିନ୍ତୁ ଦୀପକ ସିରୋହି କହିଛନ୍ତି ଯେ ମୁଁ କେବଳ କହିଥିଲି ଯେ ଭିଡ଼ ଅଛି ଏବଂ ଏବେ ଯେଉଁମାନେ ସ୍ୱାଗତ କରୁଛନ୍ତି ସେମାନେ ଏହା ପରେ କରିବା ଉଚିତ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe