ଚେନ୍ନାଇ: ଦକ୍ଷିଣ ଭାରତର ଲୋକପ୍ରିୟ ହାତୀ ମଙ୍ଗଳାଲାକୁନୁ କର୍ଣ୍ଣନ ର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି। ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ହାତୀ ମୃତ୍ୟୁକୁ ନେଇ ଖବର କଣ ହୋଇପାରେ ? ବାସ୍ତବରେ ଏହି ହାତୀଟି ଏକ ଲୋକପ୍ରିୟ ହାତୀ ଥିଲା | ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇଥିବା ଏହି ହାତୀ ଅନେକ ଫିଲ୍ମ ଓ ବିଜ୍ଞାପନରେ ନଜର ଆସିଥିଲା | ଏହି ହାତୀଟି ଫିଲ୍ମ 'ଦିଲ୍ ସେ', 'କାଥାନାୟାଗାନ୍' ଏବଂ 'ନରସିଂହମ୍' ସହ ଅନେକ ଟିଭି ବିଜ୍ଞାପନରେ ଅଭିନୟ କରିଥିଲା।
ମାର୍ଚ୍ଚ ୨୦୧୯ ରେ କର୍ଣ୍ଣନ ଶେଷ ଥର ପାଇଁ ଏକ ଉତ୍ସବରେ ଯୋଗ ଦେଇଥିଲା | ୨୮ ଜାନୁୟାରୀ ସକାଳ ୫ଟାରେ ହାତୀଟିର ଦେହାନ୍ତ ହୋଇଥିବାବେଳେ ଭାଲେୟାର ଜଙ୍ଗଲରେ ଏହି ହାତୀର ଅନ୍ତିମ ସଂସ୍କାର କରାଯିବ ବୋଲି ଏହାର ମାଲିକ କହିଛନ୍ତି । ମୃତ୍ୟୁ ବେଳକୁ ହାତୀ ମଙ୍ଗଳାଲାକୁନୁ କର୍ଣ୍ଣନକୁ ୬୦ ବର୍ଷ ବୟସ ହୋଇଥିଲା। ଏହି ହାତୀର ଉଚ୍ଚତା ୩୦୨ ସେମି ଥିବାବେଳେ ହାତୀର ମୃତ୍ୟୁର ଖବର ଶୁଣିବା ମାତ୍ରେ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଥିଲା।
ହାତୀ ମଙ୍ଗଳାଲାକୁନୁ କର୍ଣ୍ଣନ ଙ୍କୁ ୧୯୯୧ ମସିହାରେ ବାରାଣାସୀରୁ ଅଣାଯାଇଥିଲା, ଏହା ପରେ ସେ କେରଳରେ ରହୁଥିଲା । ମଙ୍ଗଳାଲାକୁନୁ କର୍ଣ୍ଣନ ର ମାଲିକ ହେଉଛନ୍ତି ମଣିସିର ହରିଦାସ | ସେ କର୍ଣ୍ଣନକୁ ୨୦୦୦ ଟଙ୍କାରେ କିଣିଥିଲେ। କେରଳରେ ପ୍ରତିବର୍ଷ ଆୟୋଜିତ ହେଉଥିବା ଥଲାପୋକମ ପ୍ରତିଯୋଗିତାରେ ଏହି ହାତୀଟି ଲଗାତାର ୯ ବର୍ଷ ଧରି ବିଜୟୀ ହୋଇଆସୁଥିଲା | ଆଉ ଏହା ପରେ ହାତୀର ଲୋକପ୍ରିୟତା ବଢିଯାଇଥିଲା |
Follow Us