ମୁକେଶ ଜୈନ ମାମଲାର ଚୂଡ଼ାନ୍ତ ଶୁଣାଣି ୨୨ରେ

ସୁପ୍ରିମକୋର୍ଟ ଖଣ୍ଡପୀଠଙ୍କ ନିର୍ଦ୍ଦେଶ: ମୁକେଶ ଜୈନଙ୍କ ସବୁ ମାମଲା କଟକକୁ ସ୍ଥାନାନ୍ତର ହେବ

Sambad English

ନୂଆଦିଲ୍ଲୀ : ଦାରା ସେନାର ଜାତୀୟ ଅଧ୍ୟକ୍ଷ ମୁକେଶ ଜୈନଙ୍କ ବିରୋଧରେ ଦାୟର ୪ଟି ମାମଲାର ଏକତ୍ର ଶୁଣାଣି ପାଇଁ ଦାଖଲ ରିଟ ପିଟିସନ୍‌ର ଚୂଡ଼ାନ୍ତ ଶୁଣାଣି ଜୁଲାଇ ୨୨ ତାରିଖରେ ହେବ। ଆଜି ଏହି ମାମଲାର ସଂକ୍ଷିପ୍ତ ଶୁଣାଣି ବିଚାରପତି ଏଏମ୍‌ ଖାନୱିଲକରଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠରେ ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଓକିଲ ଗୌତମ ଦାସ ଦାଖଲ କରିଥିବା ରିଟ୍‌ ପିଟିସନ୍‌ର ତ୍ବରିତ ଶୁଣାଣି ପାଇଁ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅପରପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ଓକିଲ ଶୁଭାଶିଷ ମିଶ୍ର ଆବେଦନକାରୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ରିଟ୍‌ ପିଟିସନ୍‌କୁ ଖାରଜ କରିବାକୁ ଯୁକ୍ତି ବାଢ଼ିଥିଲେ।

ଆବେଦନକାରୀଙ୍କ ବିରୋଧରେ ଓଡ଼ିଶାରେ ରୁଜୁ କରାଯାଇଥିବା ଅପରାଧିକ ମାମଲାଗୁଡ଼ିକୁ ଦିଲ୍ଲୀକୁ ସ୍ଥାନାନ୍ତର କରାଗଲେ କୌଣସି ଉଦ୍ଦେଶ୍ୟ ସାଧିତ ହେବନାହିଁ ବୋଲି ସେ କହିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ମୁକେଶ ଜୈନ ମାମଲାରେ ସଦ୍ୟ କାଉଣ୍ଟର୍‌ ଆଫିଡେଭିଟ୍‌ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ଅପରପକ୍ଷେ ଆଜି ଏହି ମାମଲାରେ ପ୍ଲିଡିଂ ଶେଷ ହୋଇଛି। ଖଣ୍ଡପୀଠ ମାମଲ‌ାର ଚୂଡ଼ାନ୍ତ ଶୁଣାଣି ପାଇଁ ଜୁଲାଇ ୨୨କୁ ଧାର୍ଯ୍ୟ କରିଥିଲେ। ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଗତବର୍ଷ ଉପୁଜିଥିବା ସ୍ଥିତିକୁ ନେଇ ସୋସିଆଲ୍‌ ମିଡିଆରେ ତତ୍କାଳୀନ ପ୍ରଧାନ ବିଚାରପତି ଏସ୍‌ଏ ବୋବଡେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦାରା ସେନ‌ାର ମୁଖ୍ୟ ମୁକେଶ ଜୈନଙ୍କ ବିରୋଧରେ ୪ଟି ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe