Final ticket to New Zealand
ଲାହୋର: ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ସେମିଫାଇନାଲ ବୁଧବାର ଦକ୍ଷିଣ ଆଫ୍ରିକାକୁ ନ୍ୟୁଜିଲାଣ୍ଡ ୫୦ ରନ୍ରେ ପରାଜିତ କରିଛି। ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୫୦ ଓଭରରେ ୬ ୱିକେଟ ହରାଇ ୩୬୨ ରନ୍ କରିଥିଲା। ଫଳରେ ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ଲକ୍ଷ୍ୟ ୩୬୩ ରନ୍ ରହିଥିଲା।
ବିଶାଳ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ଦଳ ଧାର୍ଯ୍ୟ ୫୦ ଓଭରରେ ୯ ୱିକେଟ ହରାଇ ୩୧୨ ରନ୍ ସଂଗ୍ରହ କରିଥିଲା। ପରାଜୟ ସହିତ ଦକ୍ଷିଣ ଆଫ୍ରିକା ଦଳର ଚାମ୍ପିଅନ୍ସ ଟ୍ରଫିରେ ଫାଇନାଲ ଖେଳିବାର ଆଶା ଧୂଳିସାତ୍ ହୋଇଛି।
ଅଧିକ ପଢ଼ନ୍ତୁ: ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ବିଏମ୍ସିର ବ୍ୟାପକ ପ୍ରସ୍ତୁତି : ହ୍ୟାଣ୍ଡଲୁମ୍ ଓ୍ୱାକଥନରେ ସାମିଲ ହେବେ ୫ ଶହରୁ ଅଧିକ ମହିଳା
ନ୍ୟୁଜିଲାଣ୍ଡ ଦଳ ଆରମ୍ଭରୁ ଉଲ୍ଲେଖନୀୟ ବ୍ୟାଟିଂ କରିଥିଲା। ଦଳ ପକ୍ଷରୁ ୱିଲ୍ ୟଙ୍ଗ୍ ୨୧ ରନ୍ କରିଥିବାବେଳେ ରଚିନ ରବିନ୍ଦ୍ର ୧୦୮ ରନ୍ କରିଥିଲେ। ସେହିପରି କେନ୍ ୱିଲମସନ୍ ୧୦୨ ରନ୍, ଡାରେଲ ମିଚେଲ୍ ୪୯ ରନ୍, ଗ୍ଲେନ୍ ଫିଲିପ୍ ୪୯ ରନ୍, ମିଚେଲ ବ୍ରାସୱେଲ ୧୬ ରନ୍ କରିଥିଲେ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ନାଗିଡି ୩ଟି ୱିକେଟ ନେଇଥିବାବେଳେ କାଗିସୋ ରାବାଡ଼ା ୨ ୱିକେଟ ନେଇଥିଲେ। ସେହିପରି ୱାନ ମୁଲଡର ଗୋଟିଏ ୱିକେଟ ନେଇଥିଲେ।
ଅଧିକ ପଢ଼ନ୍ତୁ: ଶରୀରରେ ସୁନା ସାଉଁଣି କରି ରଖିଥିଲେ ରାଣ୍ୟା
Follow Us