ନୂଆଦିଲ୍ଲୀ: ୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ହୋଇଥିବା ବଡ଼ ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ୧୧ ଜଣ ଲସ୍କର ଆତଙ୍କବାଦୀ ପାକିସ୍ତାନୀ ଥିଲେ ଏବଂ ସେମାନେ ପାକିସ୍ତାନରୁ ହିଁ ଯାଇ ଏହି ବର୍ବର ଆକ୍ରମଣ କରିଥିଲେ ବୋଲି ପାକିସ୍ତାନ ଆଜି ପ୍ରଥମ ଥର ପାଇଁ ସ୍ବୀକାର କରିଛି। ପୂର୍ବରୁ ଏହି ତଥ୍ୟକୁ ବାରମ୍ବାର ଅସ୍ବୀକାର କରି ଆସୁଥିବା ପାକିସ୍ତାନ ଆଜି ସ୍ବୀକାର କରିବା ସହ ସମସ୍ତ ଆତଙ୍କବାଦୀ ପାକିସ୍ତାନରୁ ହିଁ ଯାଇଥିଲେ ବୋଲି କହିଛି। ପାକିସ୍ତାନର ଏହି ସ୍ବୀକାରୋକ୍ତି ଭାରତ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଭାରତର ଆର୍ଥିକ ରାଜଧାନୀକୁ ୨୬/୧୧ ଆକ୍ରମଣ ଦୋହଲାଇ ଦେଇଥିଲା ଏବଂ ଏଥିରେ ୧୬୦ ଲୋକଙ୍କ ଜୀବନ ଯାଇଥିଲା। ପ୍ରାୟ ୬୦ ଘଣ୍ଟା ଧରି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।
ଶେଷରେ ମାନିଲା ପାକିସ୍ତାନ: ୧୧ ପାକ୍ ଆତଙ୍କବାଦୀ ମୁମ୍ବାଇ ଆକ୍ରମଣରେ ସାମିଲ ଥିବା ସ୍ବୀକାର କଲା
Advertisment
Follow Us