ଚୂଡ଼ାନ୍ତ ହୋଇପାରିଲାନି ଇଣ୍ଡିଆ ମେଣ୍ଟର ଆସନ ଭାଗବଣ୍ଟା: ବୈଠକ ଅଧାରୁ ଛାଡ଼ି ପଳାଇଲେ ସଲମନ ଖୁର୍ସିଦ୍‌ ଓ ସନ୍ଦୀପ ଦିକ୍ଷିତ

Advertisment

ଜେଡିୟୁ ମାଗିଲା ୧୭ ଲୋକସଭା ଆସନ

ଜେଡିୟୁ ମାଗିଲା ୧୭ ଲୋକସଭା ଆସନ

ଇଣ୍ଡିଆ ମେଣ୍ଟରେ ଫାଟ ! କଂଗ୍ରେସକୁ ବାଦ ଦେଇ ବୈଠକ କରିପାରନ୍ତି ସହଯୋଗୀ ଦଳ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟକୁ ବାଜିମାତ ଦେବାକୁ ଗଠିତ ବିରୋଧୀ ଇଣ୍ଡିଆ ମେଣ୍ଟର ଆଜି ବସିଥିବା ପ୍ରଥମ ଆସନ ବୁଝାମଣା ବୈଠକରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ। ସେହିଭଳି ଅନ୍ୟତମ ସହଯୋଗୀ ଆର୍‌ଜେଡି ଓ ଜେଡିୟୁ ମଧ୍ୟ ନିଜର ଆସନ ସଂଖ୍ୟା ସ୍ପଷ୍ଟ କରିଦେଇଥିବାରୁ ଜେଡିୟୁ ସହ ବୈଠକ ମଧ୍ୟ ଅମିମାଂସିତ ରହିଛି। ଆପ୍‌ ଓ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟା ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ସକାଳେ ବରିଷ୍ଠ ‌କଂଗ୍ରେସ ନେତା ତଥା ରାଜ୍ୟସଭା ସଦସ୍ୟ ମୁକୁଲ ୱାସନିକଙ୍କ ଘରେ ବୈଠକ ବସିଥିଲା। ଆପ୍‌ ପଞ୍ଜାବରେ କୌଣସି ଆସନ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ ବୋଲି ସ୍ପଷ୍ଟ କରିଦେଇଛି। ଫଳରେ ପଞ୍ଜାବ ନିମନ୍ତେ ଉଭୟ ଦଳ ମଧ୍ୟରେ କୌଣସି ବୁଝାମଣା ହୋଇପାରିନାହିଁ। ଅପରପକ୍ଷରେ ଗୁଜରାଟ, ହରିୟାଣା ଓ ଗୋଆ ପାଇଁ ମଧ୍ୟ ଉଭୟ ଦଳ ମଧ୍ୟରେ କୌଣସି ସହମତି ଆସିପାରିନାହିଁ। ତେବେ ଆପ୍‌ ଅନ୍ୟ ରାଜ୍ୟରେ ଆସନ ବୁଝାମଣା ପାଇଁ ସହମତି ପ୍ରକାଶ କରିଥିବା ଜଣାଯାଇଛି। ବୈଠକର ଅଧାରୁ ବରିଷ୍ଠ ନେତା ସଲମନ ଖୁର୍ସିଦ୍‌ ଓ ସନ୍ଦୀପ ଦୀକ୍ଷିତ ଛାଡ଼ି ପଳାଇଥିଲେ। ପରେ ଏନେଇ ୱାସନିକ୍‌ ଗଣମାଧ୍ୟମକୁ କହିଛନ୍ତି ଯେ ବୈଠକ ଫଳପ୍ରସୂ ଥିଲା। ତେବେ ଆଗକୁ ଆସନ ଭାଗବଣ୍ଟା ଓ ଅନ୍ୟ ରଣନୀତି ନେଇ ପୁଣିଥରେ ଆଲୋଚନା ହେବ।

ଅପରପକ୍ଷରେ ଜନତା ଦଳ ସଂ‌ଯୁକ୍ତ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ଆସନ ବୁଝାମଣା ୨୦୧୫ ବିଧାନସଭା ନିର୍ବାଚନ ଅନୁସାରେ ହେବ। ଜେଡିୟୁ ୧୭ଟି ଲୋକସଭା ଆସନରେ ଲଢ଼ିବ। ବଳକା ଆସନ କଂଗ୍ରେସ, ଆର୍‌ଜେଡି ଓ ସିପିଆଇଏମ୍‌ ମଧ୍ୟରେ ବଣ୍ଟାଯିବ। ବରିଷ୍ଠ ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି ଯେ ଯେଉଁମାନେ ବର୍ତମାନ ସାଂସଦ ଅଛନ୍ତି ସେମା‌ନଙ୍କୁ ସେହି ସ୍ଥାନରେ ଟିକଟ ଦିଆଯିବ। ସେଠାରେ ‌କୌଣସି ପରିବର୍ତନ କରାଯିବ ନାହିଁ। ଅପରପକ୍ଷରେ କଂଗ୍ରେସର ନେତା ଅଖିଳେଶ ସିଂହ କହିଛନ୍ତି ଯେ କଂଗ୍ରେସ ଅନ୍ୟ ଏକ ବିକଳ୍ପ ଦେଇଛି। ଆର୍‌ଜେଡି ଓ ଜେଡିୟୁ ୧୫ଟି ଲେଖାଏଁ ଆସନରେ ଲଢ଼ିବେ। ବଳକା ୨୭ଟି ଆସନ କଂଗ୍ରେସ, ସିପିଆଇଏମ୍‌ ଓ ଅନ୍ୟ ଦଳ ମଧ୍ୟରେ ଆବଣ୍ଟିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe