Image Courtesy of News18
ଆଗ୍ରା: ବୁଧବାର ସକାଳେ ଉତ୍ତର ପ୍ରଦେଶର ଆଗ୍ରାରେ ଥିବା ନିୟୁ ସଦର୍ଣ୍ଣ ବାଇପାସ୍ରୁ ଏକ ଫାଇନାନ୍ସ୍ କମ୍ପାନିର କେତେକ କର୍ମଚାରୀ ଗୋଟାଏ ଯାତ୍ରୀଭରା ଯାତ୍ରୀବାହୀ ବସ୍କୁ ଅପହରଣ କରି ନେଇଛନ୍ତି।
ଡ୍ରାଇଭର୍ ଓ ହେଲ୍ପର୍ଙ୍କୁ ବଳପୂର୍ବକ ବସ୍ରୁ ଓହ୍ଲାଇ ଦେଇ ସମ୍ପୃକ୍ତ ଫାଇନାନ୍ସ୍ କମ୍ପାନିର କର୍ମଚାରୀମନେ ବସ୍ଟିକୁ ଅପହରଣ କରିନେଇଛନ୍ତି। ଅପହରଣ ସମୟରେ ବସ୍ରେ ୩୪ଜଣ ଯାତ୍ରୀ ଥିବା କଥା କୁହାଯାଉଛି।
ବସ୍ଟି ଗୁରୁଗ୍ରାମରୁ ମଧ୍ୟପ୍ରଦେଶର ଗୋଆଲିୟର୍ ଅଭିମୁଖେ ଯାତ୍ରା କରୁଥିବା ବେଳେ ଆଗ୍ରାରେ ଫାଇନାନ୍ସ୍ କମ୍ପାନିର କର୍ମଚାରୀମାନେ ତାହାକୁ ଜବତ କରିଥିଲେ।
Image Courtesy of Free Press Journalଏକ ବିବୃତିରେ ଉତ୍ତରପ୍ରଦେଶ ସରକାର କହିଛନ୍ତି ଯେ, ଫାଇନାନ୍ସ୍ କମ୍ପାନି ବେଆଇନ୍ ଭାବେ ବସ୍ଟିକୁ ଜବତ କରିଛି। ବସ୍ କର୍ମଚାରୀ ଓ ଯାତ୍ରୀମାନେ ନିରାପଦ ଅଛନ୍ତି। ଗତକାଲି ବସ୍ ମାଲିକଙ୍କର ଦେହାନ୍ତ ହୋଇଯାଇଛି ଏବଂ ଆଜି ତାଙ୍କ ପୁଅ ଶେଷକୃତ୍ୟ କରୁଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ଆଗ୍ରା ଏସ୍ଏସ୍ପି ବାବୁଲ କୁମାର କହିଛନ୍ତି ଯେ, ଅପହରଣକାରୀମାନେ ହେଉଛନ୍ତି ଶ୍ରୀରାମ ଫାଇନାନ୍ସ୍ କମ୍ପାନିର ଲୋକ। ଏ ସଂକ୍ରାନ୍ତରେ ଗୋଆଲିଅର୍ରୁ ତିନିଜଣ ଲୋକ ଅଭିଯୋଗ ଦାଏର କରିଛନ୍ତି। ତାହାରି ଆଧାରରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି।
Follow Us