୨୦୨୧ ମାର୍ଚ ସୁଦ୍ଧା ସମସ୍ତ ଆକାଉଣ୍ଟ୍‌ ସହ ଆଧାର ସଂଯୋଗ ସୁନିଶ୍ଚିତ କରିବାକୁ ବ୍ୟାଙ୍କ୍‌ମାନଙ୍କୁ କହିଲେ ଅର୍ଥମନ୍ତ୍ରୀ

Advertisment
୨୦୨୧ ମାର୍ଚ ସୁଦ୍ଧା ସମସ୍ତ ଆକାଉଣ୍ଟ୍‌ ସହ ଆଧାର ସଂଯୋଗ ସୁନିଶ୍ଚିତ କରିବାକୁ ବ୍ୟାଙ୍କ୍‌ମାନଙ୍କୁ କହିଲେ ଅର୍ଥମନ୍ତ୍ରୀ

Image Courtesy of Hindustan Times

ମୁମ୍ବାଇ: ୨୦୨୧ ମାର୍ଚ ୩୧ ତାରିଖ ସୁଦ୍ଧା ସମସ୍ତ ଆକାଉଣ୍ଟ୍‌ ସହ ସମ୍ପୃକ୍ତ ଗ୍ରାହକମାନଙ୍କର ଆଧାର ନମ୍ବର ସଂଯୋଗ ହୋଇଛି ବୋଲି ସୁନିଶ୍ଚିତ ହେବାକୁ ମଙ୍ଗଳବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କ୍‌ମାନଙ୍କୁ କହିଛନ୍ତି।

‘ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଆସୋସିଏସନ୍‌’ର ୭୩ତମ ବାର୍ଷିକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ସୀତାରମଣ କହିଛନ୍ତି, ବିତ୍ତୀୟ ସମାବେଶନ (ଫାଇନାନ୍‌ସିଆଲ୍‌ ଇନ୍‌କ୍ଲୁସନ୍) ପ୍ରସଙ୍ଗ ଶେଷ ହୋଇନାହିଁ। ବ୍ୟାଙ୍କ୍‌ମାନେ ଏହି ସମାବେଶନକୁ ଆଗେଇ ନେବେ। ଅନେକ ଆକାଉଣ୍ଟ୍‌ ଆଧାର ସହ ସଂଯୁକ୍ତ ହୋଇନାହିଁ।

publive-image Image Courtesy of India Today

୨୦୨୧ ମାର୍ଚ ୩୧ ତାରିଖ ସୁଦ୍ଧା ପ୍ରତି ଆକାଉଣ୍ଟ୍‌ରେ ଆଧାର ସଂଯୋଗ ହେବା ଆବଶ୍ୟକ। ଏହାଛଡ଼ା, ଆବଶ୍ୟକ ଏବଂ ପ୍ରଯୁଜ୍ୟ ହେଉଥିବା କ୍ଷେତ୍ରରେ ସମସ୍ତ ଆକାଉଣ୍ଟ୍‌ରେ ‘ପାନ୍‌’ ରହିବା ଉଚିତ।

ସେ ଆହୁରି ମଧ୍ୟ କହିଲେ ଯେ, ବ୍ୟାଙ୍କ୍‌ମାନେ ଅଣ-ଡିଜିଟାଲ୍‌ ପେମେଣ୍ଟ୍‌କୁ ବନ୍ଦ କରାଇ ‌ଡିଜିଟାଲ୍‌ ପେମେଣ୍ଟ୍‌ ପଦ୍ଧତିର ପ୍ରସାର କରିବା ସହ ‘ୟୁପିଆଇ’ (ମୋବାଇଲ୍‌ ଆପ୍‌) ଚାଳିତ ପେମେଣ୍ଟ୍‌ ଗୃହୀତ କରିବା ଉଚିତ। ବ୍ୟାଙ୍କ୍‌ସମୂହ ‘ରୁପେ’ କାର୍ଡର ପ୍ରସାର କରିବା ଉଚିତ। ଆମର ସବୁ ବ୍ୟାଙ୍କ୍‌ମାନଙ୍କରେ ‘ୟୁପିଆଇ’ ଏକ ସାଧାରଣ ଶବ୍ଦ ହେବା ଉଚିତ। ଯାହାର କାର୍ଡ ଆବଶ୍ୟକ ହେବ ଆପଣମାନେ କେବଳ ‘ରୁପେ’ କାର୍ଡ କଥା ହିଁ କହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe