ଫୋର୍ବସ ପକ୍ଷରୁ ପ୍ରକାଶିତ ବିଶ୍ବର ସବୁଠାରୁ କ୍ଷମତାଶାଳୀ ଶହେ ମହିଳାଙ୍କ ତାଲିକାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Advertisment
ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ, ପୋଷ୍ଟ ବଜେଟ ଆଲୋଚନା ଚକ୍ରରେ କରିବେ ଅଂଶଗ୍ରହଣ

Image Source--dna

ନୂଆଦିଲ୍ଲୀ: ଭାରତର ପୂର୍ବତନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ଏବେକାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ବର ସବୁଠାରୁ କ୍ଷମତାଶାଳୀ ଶହେ ମହିଳାଙ୍କ ଭିତରେ ସ୍ଥାନ ପାଇଛନ୍ତି। ଫୋର୍ବସ ପତ୍ରିକା ତାଙ୍କୁ ୨୦୧୯ର ବିଶ୍ଵର ଶହେ କ୍ଷମତାଶାଳୀ ମହିଳାଙ୍କ ମଧ୍ୟରେ ସାମିଲ କରିଛି।
୬୦ ବର୍ଷୀୟା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ତାଲିକାରେ ୩୪ତମ ସ୍ଥାନରେ ଅଛନ୍ତି। ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ବି ପଛରେ ପକାଇ ଦେଇଛନ୍ତି।

ଏହାଛଡ଼ା ଏହି ତାଲିକାରେ ଏଚସିଏଲ କର୍ପୋରେସନର ସିଇଓ ତଥା କାର୍ଯ୍ୟନିବାର୍ହୀ ନିର୍ଦ୍ଦେଶିକା ରୋଶନୀ ନଡାର ମାଲହୋତ୍ରା ୫୪ତମ ଓ ବାୟୋକନର ପ୍ରତିଷ୍ଠାତ୍ରୀ କିରଣ ମଜୁମଦାର ୬୫ତମ ସ୍ଥାନରେ ଅଛନ୍ତି।

publive-image Image Source-cnbc.com

ସୂଚନାଯୋଗ୍ୟ, ଫୋର୍ବସ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ଜର୍ମାନୀର ଚାନ୍ସେଲର ଆଞ୍ଜେଲା ମାର୍କେଲ  ପ୍ରଥମ ସ୍ଥାନରେ ଅଛନ୍ତି। । ସେହିପରି ଦ୍ଵିତୀୟ ସ୍ଥାନରେ ୟୁରୋପିଆନ ସେଣ୍ଟ୍ରାଲ ବ୍ୟାଙ୍କର ପ୍ରେସିଡେଣ୍ଟ କ୍ରିଷ୍ଟିନ୍ ଲେଗାର୍ଡ ଅଛନ୍ତି। ଅପର ପକ୍ଷରେ ଆମେରିକୀୟ ସାଂସଦ ଓ ବାଚସ୍ପତି ନାନସୀ ପଲୋସୀ ତୃତୀୟ ସ୍ଥାନରେ ରହିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe