ନୂଆ ସରକାରଙ୍କ ପାଇଁ ବଜେଟ ପ୍ରସ୍ତୁତି ଆରମ୍ଭ କଲା ଅର୍ଥମନ୍ତ୍ରାଳୟ

Advertisment
୫ ଲକ୍ଷ କୋଟି ଅର୍ଥନୀତିର ସ୍ବପ୍ନ, ଦରକାର ୧୦୦ ଲକ୍ଷ କୋଟିର ନିବେଶ

ନୂଆଦିଲ୍ଲୀ : ଚଳିତ ସାଧାରଣ ନିର୍ବାଚନରେ ଏପର୍ଯ୍ୟନ୍ତ ମୋଟ ୫ଟି ପର୍ଯ୍ୟାୟ ଶେଷ ହୋଇଯାଇଛି ଓ ଆଉ ୨ଟି ପର୍ଯ୍ୟାୟ ବାକି ଅଛି । ଆସନ୍ତା ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । କହିବାକୁ ଗଲେ ଭୋଟ ଗଣତି ପାଇଁ ଆହୁରି ୧୪ ଦିନ ବାକି ଅଛି । ନୂଆ ସରକାର କିଏ ଗଢିବ ତାହା ୨୩ ତାରିଖ ପରେ ହିଁ ଜଣାପଡିବ ।

କିନ୍ତୁ ନୂଆ ସରକାର ଆସିବା ପରେ ଉପସ୍ଥାପିତ ହେବାକୁ ଥିବା ବଜେଟ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ନିକଟରେ ଅର୍ଥମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ଶିଳ୍ପ ସଂଗଠନମାନଙ୍କୁ ପତ୍ର ଲେଖି ବଜେଟ ସଂପର୍କରେ ନିଜର ମତାମତ ଓ ପ୍ରସ୍ତାବ ଦେବାକୁ କୁହାଯାଇଛି । ବିଭିନ୍ନ ମନ୍ତ୍ରାଳୟକୁ ମଧ୍ୟ ନିଜର ଦାବି ଓ ମତାମତ ଦାଖଲ କରିବାକୁ କୁହାଯାଇଛି । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନୁପସ୍ଥିତିରେ ମନ୍ତ୍ରୀ ପିୟୁଷ ଗୋଏଲ ଗତ ଫେବ୍ରୁଆରୀ ୧ରେ ଏକ କାମଚଳା ବଜେଟ ଆଗତ କରିଥିଲେ । ନୂଆ ସରକାର ଶପଥ ଗ୍ରହଣ କରିବା ପରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe