ଧରି ସିଧା ଗୁଳି କର:ହସିନାଙ୍କ ଅଡିଓ ଟେପ୍ ଭାଇରାଲ୍

ହସିନାଙ୍କର ଏକ ଅଡିଓ ଟେପ୍ ଏବେ ଭାଇରାଲ ହୋଇଛି। ଯେଉଁଥିରେ ସେ ପ୍ରଦର୍ଶନକାରୀମାନଙ୍କୁ ‘ଧର ଏବଂ ଗୁଳି କରିବାକୁ’ ନିର୍ଦ୍ଦେଶ ଦେଉଥିବାର ଶୁଣାଯାଉଛି। ଏହି ଅଡିଓ ଗତ ବର୍ଷ ହୋଇଥିବା ପ୍ରତିବାଦ ସହିତ ଜଡିତ...

find and Shoot straight: Hasina's audio tape goes viral

find and Shoot straight: Hasina's audio tape goes viral Photograph: (sambad.in)

ଢାକା:ଗତବର୍ଷ ବାଂଲାଦେଶରେ ସରକାର ବିରୋଧୀ ପ୍ରତିବାଦରେ ପ୍ରାୟ ୧୫୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ସୁରକ୍ଷା ବାହିନୀଙ୍କର କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିବା ଲୋକ ଥିଲେ। ଏହା ପରେ ପ୍ରତିବାଦ ଏତେ ଭୟଙ୍କର ରୂପ ନେଇଥିଲା ଯେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଦେଶ ଛାଡିବାକୁ ପଡିଥିଲା।

ଏବେ ବିବିସି ଦ୍ୱାରା ଏକ ଅଡିଓ ଜାରି କରାଯାଇଛି,ଯେଉଁଥିରେ ଶେଖ ହସିନା ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ ଘାତକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଉଥିବାର ଶୁଣାଯାଉଛି।

ମାର୍ଚ୍ଚ ମାସରେ ଅନଲାଇନରେ ଲିକ୍ ହୋଇଥିବା ଏହି ଅଡିଓରେ ହସିନା କହିଛନ୍ତି ଯେ, ସେ ତାଙ୍କ ସୁରକ୍ଷା ବାହିନୀଙ୍କୁ ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ ଘାତକ ଅସ୍ତ୍ର ବ୍ୟବହାର କରିବାକୁ ଅନୁମତି ଦେଇଥିଲେ ଏବଂ ପ୍ରଦର୍ଶନକାରୀଙ୍କୁ ଯେଉଁଠି ଦେଖୁଛ ସେଠାରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବାଂଲାଦେଶର ପବ୍ଲିକ ପ୍ରସିକ୍ୟୁଟରମାନେ ଶେଖ୍ ହସିନାଙ୍କ ବିରୁଦ୍ଧରେ ଏହି ଅଡିଓକୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବରେ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି। ମାନବତା ବିରୋଧୀ ଅପରାଧ ପାଇଁ ଶେଖ୍ ହସିନା ପୂର୍ବରୁ ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲରେ ବିଚାରାଧୀନ ଅଛନ୍ତି।

ଭାରତ ପଳାଇଆସିଥିବା ହସିନା ଏବଂ ତାଙ୍କ ଦଳ ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆୱାମୀ ଲିଗ୍ ଦଳର ମୁଖପାତ୍ର ଅଡିଓ ଟେପ୍‌ରେ ଶେଖ୍ ହସିନା କିଛି ମଧ୍ୟ ଆଇନ ବିରୁଦ୍ଧରେ କହି ନଥିବା  କହିଛନ୍ତି।

ଅଧିକ ପଢ଼ନ୍ତୁ:ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ଆଶଙ୍କା ଘନେଇଲା: ଯୁଦ୍ଧବିରତି ମଧ୍ୟରେ ଚୀନ୍ ଇରାନକୁ ଅସ୍ତ୍ରଶସ୍ତ୍ର ପଠାଇଲା

ଜଣେ ଅଜଣା ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ହସିନାଙ୍କ କଥାବାର୍ତ୍ତାର ଲିକ୍ ହୋଇଥିବା ଅଡିଓ ଏପର୍ଯ୍ୟନ୍ତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଯେ, ସେ ସରକାର ବିରୋଧୀ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇବାକୁ ସିଧାସଳଖ ଅନୁମତି ଦେଇଥିଲେ। 

ସୂଚନାଯୋଗ୍ୟ, ଏହି ପ୍ରତିବାଦ ୧୯୭୧ ସ୍ୱାଧୀନତା ଯୁଦ୍ଧରେ ଲଢ଼ିଥିବା ଲୋକଙ୍କ ସମ୍ପର୍କୀୟଙ୍କ ପାଇଁ ସିଭିଲ ସର୍ଭିସ୍ ଚାକିରିରେ ସଂରକ୍ଷଣ ବିରୋଧରେ ଆରମ୍ଭ ହୋଇଥିଲା ଏବଂ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିଲା। ଯାହା ପରେ ୧୫ ବର୍ଷ ଧରି କ୍ଷମତାରେ ଥିବା ହସିନାଙ୍କୁ କ୍ଷମତାରୁ ବହିଷ୍କାର ହେବାକୁ ପଡିଥିଲା। ଏହା ୧୯୭୧ ପରେ ବାଂଲାଦେଶରେ ସବୁଠାରୁ ବଡ଼ ରକ୍ତାକ୍ତ ସଂଘର୍ଷ ଥିଲା।

ଅଧିକ ପଢ଼ନ୍ତୁ: ପୋଲ ଭୁଶୁଡ଼ିବା ଘଟଣା: ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ ମୋଦୀ

 Sheikh Hasina | Bangladesh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe