ଟିକା ପରୀକ୍ଷା ପାଇଁ ସଂକ୍ରମିତ ଇଲାକା ଖୋଜା

Advertisment
ଟିକା ପରୀକ୍ଷା ପାଇଁ ସଂକ୍ରମିତ ଇଲାକା ଖୋଜା

The Indian Express

ନୂଆଦିଲ୍ଲୀ: ସମ୍ପ୍ରତି ଦେଖାଦେଇଥିବା କୋଭିଡ୍‌ ସଂକ୍ରମଣର ନିମ୍ନ ହାର ଯୋଗୁଁ କୌଣସି ସମ୍ଭାବ୍ୟ ଟିକାର ସାର୍ବଜନୀନ ପରୀକ୍ଷଣ ପାଇଁ ସେହି କ୍ଷେତ୍ର ପର୍ଯ୍ୟାପ୍ତ ନୁହେଁ ବୋଲି ଅନେକ ୟୁରୋପୀୟ ଓ ଆମେରିକୀୟ ବିଶେଷଜ୍ଞ ମତ ଦିଅନ୍ତି। ଗୋଟିଏ ପଟେ ଯଦିଓ ବିଭିନ୍ନ ଜନସ୍ବାସ୍ଥ୍ୟ ପଦକ୍ଷେପକୁ ପାଥେୟ କରି ଭୂତାଣୁ ସଂକ୍ରମଣର ହଟ୍‌ସ୍ପଟ୍‌ଗୁଡି଼କୁ ଧ୍ୱଂସ କରିବାରେ ଆମେ ସଫଳ ହୋଇପାରିଛେ, ତେବେ ଏହି ପରିବର୍ତ୍ତିତ ଭିତ୍ତିଭୂମି କରୋନାଭୂତାଣୁର ଟିକା ପରୀକ୍ଷା ପାଇଁ ଆଦୌ ଅନୁକୂଳ ହେବନାହିଁ ବୋଲି ଆମେରିକାର ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦେଶକ ଫ୍ରାନ୍ସିସ୍‌ କଲିନ୍ସ କହିଛନ୍ତି। ସୁତରାଂ ସେଥିପାଇଁ ଆଫ୍ରିକା ଅଥବା ଲାଟିନ୍ ଆମେରିକାରେ ଦେଖାଦେଉଥିବା

ନୂତନ ସଂକ୍ରମଣ ଇଲାକା ବାଛିବାକୁ ପଡି଼ବ ବୋଲି ସେ ସୂଚନା ଦେଇଛନ୍ତିା ସୂଚନା ଥାଉ କି, କୋଭିଡ୍-୧୯ ପରି ଏକ ନୂତନ ମହାମାରୀ ପାଇଁ କୌଣସି ଟିକାର ପରୀକ୍ଷଣ ଏକ ଜଟିଳ ପ୍ରକ୍ରିୟାା ତେବେ ସଂକ୍ରମଣର ପରିବର୍ତ୍ତନଶୀଳ ତଥା ଅସ୍ଥିର ସ୍ଥିତି ମଧ୍ୟରେ ସେଭଳି ପରୀକ୍ଷଣରୁ ମିଳୁଥିବା ସଫଳତାକୁ ଭରସା କରାଯାଇନପାରେ। ଏଭଳି ପରିସ୍ଥିତି ୨୦୧୪ ମସିହାରେ ପଶ୍ଚିମ ଆଫ୍ରିକାରେ ଇବୋଲା ସଂକ୍ରମଣ ବେଳେ ଦେଖାଦେଇଥିଲା। ଏବେ ବ୍ରିଟେନ୍, ଆମେରିକା ଓ ୟୁରୋପୀୟ ରାଷ୍ଟ୍ରରେ ସଂକ୍ରମଣ ହାର ଶୀର୍ଷରେ ପହ‌ିଞ୍ଚି କ୍ରମେ ହ୍ରାସ ହେବାରେ ଲାଗିଛିା ତେଣୁ ସମ୍ପ୍ରତି ସଂକ୍ରମଣ ବଡ଼ିଚାଲିଥିବା ବ୍ରାଜିଲ୍ ଓ ମେକ୍ସିକୋ ପରି ଦେଶରେ ସେସବୁ ଟିକାର ନୈଦାନିକ ପରୀକ୍ଷଣ କରାଗଲେ ଅନୁକୂଳ ଫଳାଫଳ ମିଳିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe