ଆଇସ୍‌କ୍ରିମ୍‌ କୋନ୍‌ରୁ ବାହାରିଥିଲା ମଣିଷ ଆଙ୍ଗୁଠି: ଆସିଲା ରିପୋର୍ଟ

Advertisment
ଆଇସ୍‌କ୍ରିମ୍‌ କୋନ୍‌ରୁ ବାହାରିଥିଲା ମଣିଷ ଆଙ୍ଗୁଠି: ଆସିଲା ରିପୋର୍ଟ

ମୁମ୍ବାଇ: ମୁମ୍ବାଇର ଜଣେ ଡାକ୍ତର ଅନ୍‌ଲାଇନ୍‌ରୁ ବରାଦ କରିଥିବା ଏକ ଆଇସ୍‌କ୍ରିମ୍‌ କୋନ୍‌ରୁ ମାନବ ଆଙ୍ଗୁଠିର ଏକ ଅଂଶ ପାଇଥିବା ନେଇ ନିକଟ ଅତୀତରେ ଅଭିଯୋଗ ହୋଇଥିଲା। ଏହା ସତ କି ମିଛି ଜାଣିବା ପ‌ାଇଁ ଫରେନ୍ସିକ୍‌ ଟେଷ୍ଟ୍‌ ପାଇଁ ଯାଇଥିଲା। ଏବେ ତାହାର ରିପୋର୍ଟ ଆସିଛି। ଜାଣିବାକୁ ମିଳିଛି ଯେ ଆଇସ୍‌କ୍ରିମ୍‌ରୁ ସତରେ ଆଙ୍ଗୁଠି ବାହାରିଥିଲା। କାରଖାନାରେ କାମ କରୁଥିବା ଜଣେ କର୍ମଚାରାୀ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେହି ଦୁର୍ଘଟଣାରେ କର୍ମଚାରୀଙ୍କ ଆଙ୍ଗୁଠି କଟି ଯାଇଥିଲା, ଯାହାକି ଆଇସ୍‌କ୍ରିମ୍‌ରୁ ବାହାରିଥିଲା।

ୟୋମୋ ଆଇସ୍‌କ୍ରିମ୍‌ର ପୁଣେ କାରଖାନାର ଏହି ଘଟଣାକୁ ନେଇ ପୁଲିସ୍‌ ତଦନ୍ତ କରିବା ପରେ ସତ୍ୟାସତ୍ୟ ଜାଣିବାକୁ ମିଳିଛି। ପୂର୍ବରୁ ପୁଲିସ୍‌ ଏହି ମାମଲାର ତଦନ୍ତ କରି କର୍ମଚାରୀମାନଙ୍କ ଡିଏନ୍‌ଏ ନମୁନା ଫରେନ୍‌ସିକ୍‌ ସାଇନ୍ସ ଲାବ୍ରୋଟୋରିକୁ ପଠାଇଥିଲା।

ପଶ୍ଚିମ ମାଲଦାରେ ରହୁଥିବା ୨୬ ବର୍ଷ ବୟସ୍କା ଅଭିଯୋଗକାରୀ ୟାମୋ କମ୍ପାନିର ଏକ ବଟରସ୍କଚ୍‌ ଆଇସ୍କ୍ରିମ୍ କୋନ୍‌ ବରାଦ ଦେଇଥିଲେ। ମଧ୍ୟାହ୍ନ ଭୋଜନ ପରେ ଆଇସ୍କ୍ରିମ୍ ଖାଇବା ବେଳେ ସେ ଅଧାରୁ ସେଥିରେ ଏକ ଆଙ୍ଗୁଠି ଦେଖିବାକୁ ପାଇଥିଲେ। ଆଇସକ୍ରିମରେ ନଖ ଥିବା ଏକ ଇଞ୍ଚ ଲମ୍ବର ମାଂସ ଖଣ୍ଡ ଦେଖି ସେ ଚକିତ ହୋଇ ଯାଇଥିଲେ।

ସେ ସମୟରେ ପୁଲିସ୍ କହିଥିଲା କି  ମାନବଙ୍କ ଆଙ୍ଗୁଠିର ଖଣ୍ଡ ବୋଲି ସନ୍ଦେହ କରାଯାଉଥିବା ମାଂସ ଖଣ୍ଡକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ ଆରମ୍ଭ ହୋଇଛି ବୋଲି ପୁଲିସ୍‌ ସୂଚନା ପ୍ରଦାନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe