ସେମାନଙ୍କୁ ନିପାତ କରିଦିଅ: ହମାସ୍ ଆକ୍ରମଣକୁ ନିନ୍ଦା କରି କହିଲେ ଭାରତୀୟ-ଆମେରିକୀୟ ନିକ୍କି ହେଲି

Advertisment
ସେମାନଙ୍କୁ ନିପାତ କରିଦିଅ: ହମାସ୍ ଆକ୍ରମଣକୁ ନିନ୍ଦା କରି କହିଲେ ଭାରତୀୟ-ଆମେରିକୀୟ ନିକ୍କି ହେଲି

Image Courtesy of India Today

ୱାସିଂଟନ୍‌: ହମାସ୍‌ ଆତଙ୍କବାଦୀମାନଙ୍କୁ ନିପାତ କରିଦିଅ ବୋଲି ଇସ୍ରାଏଲ୍‌ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଭାରତୀୟ-ଆମେରିକୀୟ ତଥା ରାଷ୍ଟ୍ରପତି ଆଶାୟୀ ‘ରିପବ୍ଲିକାନ୍‌’ ନେତ୍ରୀ ନିକ୍କି ହେଲି କହିଛନ୍ତି।

ରବିବାର ଦିନ ହେଲି ‘ଏନ୍‌ବିସି ନିଉଜ୍‌’କୁ କହିଛନ୍ତି, ହମାସ୍‌ ଓ ସେମାନଙ୍କୁ ସହଯୋଗ କରୁଥିବା ଇରାନୀୟ ଶାସନ ‘ଇସ୍ରାଏଲ୍‌ ମୁର୍ଦ୍ଦାବାଦ, ଆମେରିକା ମୁର୍ଦ୍ଦାବାଦ୍‌’ ବୋଲି ସ୍ଲୋଗାନ୍‌ ଦେଉଥିଲେ। ଏକଥା ଆମର ସ୍ମରଣ ଅଛି। ହମାସ୍‌, ହେଜ୍‌ବୋଲ୍ଲା, ହାଉତି ଓ ଇରାନୀୟ ସମର୍ଥକମାନେ ଆମକୁ ଘୃଣା କରୁଥିବାରୁ ଆମେ ଇସ୍ରାଏଲ୍‌କୁ ସହଯୋଗ କରୁଛୁ।

ଆମକୁ ମନେ ରଖିବାକୁ ପଡ଼ିବ ଯେ, ଇସ୍ରାଏଲ୍‌ରେ ଯାହା ହେଲା, ଆମେରିକାରେ ବି ତାହା ହୋଇପାରେ। ମୋର ଆଶା, ଏବେ ସହାୟତା ଲୋଡୁଥିବାରୁ ଆମେ ଏକତ୍ର ହୋଇ ଇସ୍ରାଏଲ୍‌କୁ ସହଯୋଗ କରିବା ଉଚିତ।

publive-image Image Courtesy of Mid-Day

‘ଏକ୍ସ’ କରିଥିବା ଏକ ପୋଷ୍ଟ୍‌ରେ ମଧ୍ୟ ହେଲି ହମାସମାନଙ୍କୁ ନିପାତ କରି ଦେବା ପାଇଁ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ କହିଛନ୍ତି।

‘ଏକ୍ସ୍‌’ ପୋଷ୍ଟ୍‌ରେ ସେ ଲେଖିଛନ୍ତି: ଏଇଟା କେବଳ ଇସ୍ରାଏଲ୍‌ ନୁହେଁ- ଆମେରିକା ଉପରେ ମଧ୍ୟ ଆକ୍ରମଣ। ସେମାନଙ୍କୁ ନିପାତ କରିଦିଅ। ସେମାନେ ଯାହା କରିଛନ୍ତି ସେଥିପାଇଁ ନରକ ଯନ୍ତ୍ରଣା ଭୋଗିବା ଉଚିତ।

ହେଲି ଆହୁରି ମଧ୍ୟ କହିଛନ୍ତି, ମୁଁ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଥିବା ବ‌େଳେ ହମାସ୍‌କୁ ନିନ୍ଦା କରି ପ୍ରସ୍ତାବ ଆଗତ କରିଥିଲି।

ସେହିପରି, ଆଉ ଜଣେ ଭାରତୀୟ-ଆମେରିକୀୟ ରାଷ୍ଟ୍ରପତି ଆଶାୟୀ ପ୍ରାର୍ଥୀ ବିବେକ ରାମସ୍ବାମୀ ମଧ୍ୟ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ, ଆମେରିକା ତା’ର ସୀମା ସୁରକ୍ଷାର ଆବଶ୍ୟକତା କଥା ଇସ୍ରାଏଲ୍‌ ଆକ୍ରମଣ ଘଟଣାରୁ ଚେତିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe