ଫିନ୍‌ଲ୍ୟାଣ୍ଡ ବିଶ୍ବର ସବୁଠୁ ଖୁସି ଦେଶ: ୧୨୫ତମ ସ୍ଥାନରେ ଭାରତ

ଫିନ୍‌ଲ୍ୟାଣ୍ଡ ବିଶ୍ବର ସବୁଠୁ ଖୁସି ଦେଶ: ୧୨୫ତମ ସ୍ଥାନରେ ଭାରତ

488182127

ଫିନ୍‌ଲ୍ୟାଣ୍ଡ: ବାର୍ଷିକ ବିଶ୍ୱ ଖୁସି ରିପୋର୍ଟରେ ଫିନଲ୍ୟାଣ୍ଡକୁ ବିଶ୍ୱର ସବୁଠାରୁ ଖୁସି ଦେଶ ଭାବେ ଘୋଷଣା କରାଯାଇଛି। କ୍ରମାଗତ ଷଷ୍ଠ ବର୍ଷ ପାଇଁ ଫିନ୍‌ଲ୍ୟାଣ୍ଡ ଏଥିରେ ଶୀର୍ଷରେ ରହିଛି। ଅନ୍ତର୍ଜାତୀୟ ଖୁସି ଦିବସ ଭାବେ ପାଳନ କରାଯାଉଥିବା ସୋମବାର (ମାର୍ଚ୍ଚ ୨୦)ରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଖୁସିର ବିଭିନ୍ନ ମାନଦଣ୍ଡ ଆଧାରରେ ଭାରତ ୧୨୫ତମ ସ୍ଥାନରେ ରହିଛି। ଡେନମାର୍କ ଦ୍ବିତୀୟ ସ୍ଥାନରେ ଥିବାବେଳେ ଆଇସଲ୍ୟାଣ୍ଡ ତୃତୀୟ ସ୍ଥାନରେ ରହିଛି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୁଖ ମାପିବା ପାଇଁ ରିପୋର୍ଟ ବ୍ୟବହାର କରୁଥିବା କାରଣଗୁଡିକରେ ଫିନ୍‌ଲ୍ୟାଣ୍ଡ ଅଧିକ ସ୍କୋର କରିଛି। ଏଥିପାଇଁ ମୁଣ୍ଡପିଛା ଜିଡିପି, ସାମାଜିକ ସମର୍ଥନ, ସୁସ୍ଥ ଜୀବନ ଆଶା, ସ୍ୱାଧୀନତା, ଉଦାରତା ଏବଂ କମ୍‌ ଦୁର୍ନୀତି ଆଦି ରହିଛି। ବିଶ୍ୱ ଖୁସି ରିପୋର୍ଟ ଜାତିସଂଘର ସ୍ଥାୟୀ ବିକାଶ ସମାଧାନ ନେଟୱାର୍କର ପ୍ରକାଶନ ଏବଂ ୧୫୦ରୁ ଅଧିକ ଦେଶର ଲୋକଙ୍କ ବିଶ୍ବସ୍ତରୀୟ ସର୍ଭେ ତଥ୍ୟ ଉପରେ ଆଧାରିତ। ଚଳିତ ବର୍ଷର ତାଲିକା ଅତୀତର ରୢାଙ୍କିଙ୍ଗ୍ ଭଳି ଅନେକ ସ୍କାଣ୍ଡିନେଭିୟ ଦେଶ ଶୀର୍ଷ ସ୍ଥାନରେ ଅଛନ୍ତି। ସେହି ଦେଶଗୁଡ଼ିକରେ କୋଭିଡ-୧୯ ମୃତ୍ୟୁ ହାର ଏକ ତୃତୀୟାଂଶ ଅଧିକ ଥିଲା। ଏହା ସତ୍ତ୍ବେ ଏବର୍ଷଗୁଡିକରେ ମଧ୍ୟ ସେମାନଙ୍କର ଭାବନା ସକରାତ୍ମକ ରହିଥିଲା। ନକରାତ୍ମକ ଭାବନା ତୁଳନାରେ ତାହା ଦୁଇଗୁଣ ଅଧିକ ରହିଥିଲା ଏବଂ ସକରାତ୍ମକ ସାମାଜିକ ସମର୍ଥନର ଭାବନାଠାରୁ ଦୁଇଗୁଣ ଅଧିକ ରହିଛି।

ଭାରତ ପୂର୍ବଥର ୧୩୬ତମ ସ୍ଥାନରେ ଥିଲା। ଚଳିତବର୍ଷ ସେଥିରେ ଉନ୍ନତି ଆସିଥିଲେ ମଧ୍ୟ ଏହା ନେପାଳ, ଚୀନ୍, ବାଂଲାଦେଶ ଏବଂ ଶ୍ରୀଲଙ୍କା ଭଳି ପଡ଼ୋଶୀ ଦେଶଠାରୁ ପଛରେ ରହିଛି। ଋଷ ୭୨ତମ ସ୍ଥାନରେ ଥିବାବେଳେ ୟୁକ୍ରେନ ୯୨ତମ ସ୍ଥାନରେ ରହିଛି। ଆଫଗାନିସ୍ତାନ ସବାତଳେ ୧୩୭ତମ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe