ପୁଣି ଫସିଲେ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌; ୨୧ ଲକ୍ଷ ଠକିଥିବା ନେଇ ପୁଲିସ୍‌ରେ ଆଗତ ହେଲା ଅଭିଯୋଗ

Advertisment
ପୁଣି ଫସିଲେ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌; ୨୧ ଲକ୍ଷ ଠକିଥିବା ନେଇ ପୁଲିସ୍‌ରେ ଆଗତ ହେଲା ଅଭିଯୋଗ

OpIndia

ମୁମ୍ବାଇ/ ହାଇଦ୍ରାବଦ: ବିଭିନ୍ନ ସମୟରେ ମ୍ୟାଚ ଫିକ୍ସିଂ ଠାରୁ ଆରମ୍ଭ କରି ପ୍ରେମ ପର୍ଯ୍ୟନ୍ତ ଅନେକ ଘଟଣାରେ ବିବାଦୀୟ ହୋଇ ପଡ଼ିଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ ଆଉ ଏକ ନୂଆ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ୨୧ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ତାଙ୍କ ବିରୋଧରେ ମୁମ୍ବାଇ ପୁଲିସ୍‌ ନିକଟରେ ଏକ ମାମଲା ଆଗତ ହୋଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ମୁମ୍ବାଇର ଗୋଟିଏ ଟ୍ରାଭେଲ ଏଜେନ୍ସି କମ୍ପାନି ତାଙ୍କ ବିରୋଧରେ ଏହି ଠକେଇ ଅଭିଯୋଗ କରିଛି। ଆଝାରଦୁଦ୍ଦିନ ତାଙ୍କ ନିଜ ସହିତ ଅନ୍ୟ ଦୁଇ ଜଣଙ୍କ ପାଇଁ ସଂପୃକ୍ତ ଟ୍ରାଭେଲ ଏଜେନ୍ସି କମ୍ପାନିରୁ ତିନିଟି ଆନ୍ତର୍ଜାତିକ ବିମାନ ଟିକେଟ କିଣିଥିଲେ। ତେବେ, ଏହି ବିମାନ ଟିକେଟ ବାବଦରେ ଦେବାକୁ ଥିବା ୨୧ ଲକ୍ଷ ଟଙ୍କାର ଦେୟ ତାଙ୍କୁ ନ ଦେଇ କମ୍ପାନିକୁ ଫାଙ୍କି ଦେଇଥିଲେ। ଆଝାରୁଦ୍ଦିନଙ୍କ ଟିକେଟ ବାବଦ ଦେୟ ଆଦାୟ କରିବାରେ ବିଫଳ ହେବା ପରେ ସଂପୃକ୍ତ କମ୍ପାନି ଏବେ ତାଙ୍କ ନାମରେ ୨୧ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ମୁମ୍ବାଇ ପୁଲିସ୍‌ ନିକଟରେ ଆଗତ କରିଛି। ଅନ୍ୟ ପକ୍ଷରେ ଆଝାରୁଦ୍ଦିନ ଏହି ଅଭିଯୋଗକୁ ବୋଲି କହିବା ସହ ସଂପୃକ୍ତ ଟ୍ରାଭେଲ ଏଜେନ୍ସି କମ୍ପାନି ବିରୋଧରେ ୧୦୦ କୋଟି ଟଙ୍କାର ମାନହାନୀ ମାମଲା ଆଗତ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe