ଅଡ଼ୁଆରେ ଲାଲୁ: ମହଙ୍ଗା ପଡିଲା ଜେଲରୁ ଫୋନ କରିବା; ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ

Advertisment
ଅଡ଼ୁଆରେ ଲାଲୁ: ମହଙ୍ଗା ପଡିଲା ଜେଲରୁ ଫୋନ କରିବା; ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ

ପାଟନା/ ନୂଆଦିଲ୍ଲୀ: ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଂପ୍ରତି ସଜା କାଟୁଥିବା ରାଷ୍ଟ୍ରୀୟ ଜନତାଦଳ (ଆରଜେଡି)ର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ଅଡୁଆ ବଢ଼ି ଯାଇଛି। ଜେଲ ଭିତରେ ଥାଇ ଫୋନ୍‌ କରିବା ଘଟଣା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

ବିହାର ବିଧାନସଭା ବାଚସ୍ପତି ନିର୍ବାଚନ ସମୟରେ ଲାଲୁ ଜେଲ ଭିତରେ ଥାଇ ଫୋନ୍‌ ଜରିଆରେ ନିର୍ବାଚନକୁ ପ୍ରଭାବିତ ଓ ପ୍ରଲୋଭିତ କରିବା ପାଇଁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଲାଲୁ ଜେଲ ଭିତରୁ ଥାଇ ବିଜେପି ବିଧାୟକ ଲଲନ୍ ପାଶୱାନଙ୍କୁ ଫୋନ୍‌କରି ବାଚସ୍ପତି ନିର୍ବାଚନରେ ଭୋଟ ନ ଦେବାକୁ ପ୍ରବର୍ତ୍ତାଇ ଥିବା ଅଭିଯୋଗ ହୋଇଛି। ଖୋଦ୍‌ ଲଲନ୍‌ ପାଶୱାନ ଲାଲୁଙ୍କ ନାମରେ ଏହି ଅଭିଯୋଗ ପାଟନା ଥାନାରେ କରିଛନ୍ତି। ଲାଲୁଙ୍କ ବିରୋଧରେ ଲିଖିତ ଅଭିଯୋଗ କରି ଏହି ମାମଲାରେ ଭ୍ରଷ୍ଟାଚାର ଭଳି ଅଭିଯୋଗ ଆଣିଛନ୍ତି ଲଲନ୍। ଅଭିଯୋଗ ଆସିବା ପରେ ଲାଲୁଙ୍କୁ ରାଞ୍ଚିର ୧ ନମ୍ବର ବଙ୍ଗଳାରୁ ରାଜେନ୍ଦ୍ର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ ଝାଡ଼ଖଣ୍ଡ ସରକାର ମଧ୍ୟ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ, ଜେଲରେ ଥାଇ ବିଜେପି ବିଧାୟକ ଲଲନ୍ ପାଶୱାନଙ୍କୁ ପ୍ରଲୋଭନ ଦେଇଥିବା ମାମଲାରେ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତିନ୍‌ରାମ ମାଞ୍ଝୀ କହିଛନ୍ତି କି ‘ମୋତେ କୁହାଗଲା କି ଜେଲରେ ଥାଇ ଲାଲୁ ବିଭିନ୍ନ ଲୋକଙ୍କୁ ଫୋନ କରିଛନ୍ତି। ସେ ମୋ ସହିତ ବି କଥା ହେବାକୁ ଚାହୁଁଥିଲେ ହେଲେ ମୁଁ ତାଙ୍କ ସହିତ କଥା ହେଲି ନାହିଁ।’ ସେ ଆହୁରି କହିଛନ୍ତି କି ଲାଲୁ ଯାଦବଙ୍କର ଉଦ୍ଦେଶ୍ୟ ମନ୍ଦ ଥିଲା।

ଉଲ୍ଲେଖଯୋଗ୍ୟ, ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କ ଅଭିଯୋଗ ପରେ ବିହାର ରାଜନୀତି ଏବେ ସରଗରମ ରହିଛି। ସୁଶୀଲ ମୋଦୀ ଅଭିଯୋଗ ଆଣିଥିଲେ କି ଜେଲରେ ଥାଇ ଲାଲୁ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ସରକାରକୁ ଅନୈତିକ ଭାବେ ଭାଙ୍ଗିବାକୁ ଯୋଜନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe