ରାମଦେବଙ୍କ ବିରୋଧରେ ରାଜସ୍ଥାନରେ ଏତଲା

ଏବେ ସଫ୍ଟୱେୟାର କମ୍ପାନୀ କିଣିବାକୁ ଅଣ୍ଟା ଭିଡ଼ିଲେଣି ବାବା ରାମଦେବ

Image Courtesy of Deccan Herald

ନୂଆଦିଲ୍ଲୀ : ଯୋଗଗୁରୁ ରାମଦେବଙ୍କ ବିରୋଧରେ ରବିବାର ରାଜସ୍ଥାନର ଏକ ଥାନାରେ ଏଫଆଇଆର୍‌ ରୁଜୁ ହୋଇଛି। ମୁସଲମାନମାନେ ଆତଙ୍କବାଦୀ କାର୍ଯ୍ୟ କରୁଛନ୍ତି ଏବଂ ହିନ୍ଦୁ ମହିଳାମାନଙ୍କୁ ଅପହରଣ କରୁଛନ୍ତି ବୋଲି ବାରମେର ଜିଲ୍ଲାରେ ହୋଇଥିବା ସନ୍ଥମାନଙ୍କର ଏକ ବୈଠକରେ ଯୋଗଦେବା ସମୟରେ କହିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ତାଙ୍କ ନାମରେ ଚୌହାତନ ଥାନାରେ ଏତଲା ରୁଜୁ ହୋଇଛି। ଆଇପିସିର ଧାରା ୧୫୩ଏ, ୨୯୫ଏ, ୨୯୮ ଅଧୀନରେ ମାମଲା ପଞ୍ଜିକୃତ ହୋଇଛି।

ଭିଡିଓରେ ରାମଦେବ କହିଛନ୍ତି, ଇସଲାମ ଏବଂ ଖ୍ରୀଷ୍ଟିଆନମାନଙ୍କ ଗୋଟିଏ ମାତ୍ର ସମାନ ଏଜେଣ୍ଡା ରହିଛି। ତାହା ହେଉଛି ‌ସେମାନଙ୍କ ଧର୍ମରେ ଅନ୍ୟମାନଙ୍କୁ ପରିଣତ କରିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe