ଦୁଷ୍କର୍ମ ମାମଲାରେ ଏଲଜେପି ସାଂସଦ ତଥା ଚିରାଗ ପାଶୱାନଙ୍କ ସମ୍ପର୍କୀୟ ଭାଇ ପ୍ରିନ୍ସ ରାଜ ପାଶୱାନଙ୍କ ବିରୋଧରେ ଏତଲା ରୁଜୁ

Advertisment
ଦୁଷ୍କର୍ମ ମାମଲାରେ ଏଲଜେପି ସାଂସଦ ତଥା ଚିରାଗ ପାଶୱାନଙ୍କ ସମ୍ପର୍କୀୟ ଭାଇ ପ୍ରିନ୍ସ ରାଜ ପାଶୱାନଙ୍କ ବିରୋଧରେ ଏତଲା ରୁଜୁ

ନୂଆଦିଲ୍ଲୀ: ବିବାଦାରେ ଲୋକ ଜନଶକ୍ତି ପାର୍ଟିି(ଏଲଜେପି)ର ସାଂସଦ ତଥା ଚିରାଗ ପାଶୱାନଙ୍କ ସମ୍ପର୍କୀୟ ଭାଇ ପ୍ରିନ୍ସ ରାଜ ପାଶୱାନ। ଜଣେ ଯୁବତୀଙ୍କୁ ସେ ଦୁଷ୍କର୍ମ କରିଥିବା ନେଇ ଏତଲା ଦାଖଲ କରିଛି ଦିଲ୍ଲୀ ପୁଲିସ। ପୀଡିତାଜଣକ ପ୍ରାୟ ତିନିମାସ ପୂର୍ବରୁ କନ୍ନାଟ ପ୍ଲେସ୍ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଏବଂ ସେପ୍ଟେମ୍ବର ୯ରେ ଦିଲ୍ଲୀ ପୁଲିସ କୋର୍ଟଙ୍କ ନିର୍ଦ୍ଦେଶରେ ପ୍ରିନ୍ସ ରାଜ ପାଶୱାନଙ୍କ ବିରୋଧରେ ଏତଲା ଦାଖଲ କରିଥିଲା।

ପୀଡ଼ିତାଜଣକ ଜଣେ ଏଲଜେପି କର୍ମୀ ହୋଇଥିବା ବେଳେ ସେ ଅଭିଯୋଗ କରିଛନ୍ତି ଯେ, ଅଚେତ୍ ଥିବା ସମୟରେ ପ୍ରିନ୍ସ ରାଜ ପାଶୱାନ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ତେବେ ଏଲଜେପି ସାଂସଦ ପ୍ରିନ୍ସ ରାଜ ପାଶୱାନ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ପୀଡ଼ିତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି।

ଜୁନ୍ ୧୭ରେ ସେ ଟ୍ୱିଟ୍ କରି କହିଥିଲେ, “ମୋ ବିରୋଧରେ କରାଯାଇଥିବା ଅଭିଯୋଗକୁ ମୁଁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରୁଛି। ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଏହା ବଡ଼ ଅପରାଧିକ ଷଡଯନ୍ତ୍ରର ଏକ ଅଂଶ, ଯାହା ମୋର ବୃତ୍ତିଗତ ତଥା ବ୍ୟକ୍ତିଗତ ପ୍ରତିଷ୍ଠା ପ୍ରତି ବିପଦ ସୃଷ୍ଟି କରୁଛି। ”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe