Zoom News
କୋଲକାତା: ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଏବଂ ତାଙ୍କ ଭାଇ ସୌମେନ୍ଦୁ ଅଧିକାରୀଙ୍କ ନାମରେ ରିଲିଫ ସାମଗ୍ରୀ ଚୋରି କରିଥିବା ଅଭିଯୋଗରେ ଏଫ୍ଆଇଆର୍ ହୋଇଛି। କାଂଥି ନଗରପାଳିକା ପ୍ରଶାସନିକ ବୋର୍ଡ ସଦସ୍ୟ ରଣଦୀପ ମାନ୍ନା ଏଫ୍ଆଇଆର୍ରେ ଅଭିଯୋଗ କରିଛନ୍ତି, ଶୁଭେନ୍ଦୁ ଓ ସୌମେନ୍ଦୁ ଜବରଦସ୍ତ ନଗରପାଳିକାରେ ମହଜୁଦ ଥିବା ରିଲିଫ୍ ସାମଗ୍ରୀରୁ ଲକ୍ଷାଧିକ ଟଙ୍କାର ତିର୍ପାଲ ନିଜ କବ୍ଜାକୁ ନେଇ ଯାଇଛନ୍ତି। ତେବେ ଏହା ସଂପୂର୍ଣ୍ଣ ମିଥ୍ୟା ଅଭିଯୋଗ, କେବଳ ରାଜନୈତିକ ଦାଉ ସାଧିବା ପାଇଁ ଦୁଇ ଭାଇଙ୍କ ନାମରେ ଏଫ୍ଆଇଆର୍ ପାଇଁ ବଡ଼ ଷଡ଼ଯନ୍ତ୍ର ହୋଇଥିବା ବିଜେପି କହିଛି। ସୂଚନାଯୋଗ୍ୟ, ବାତ୍ୟା ୟାସ୍ରେ ବାସହୀନ ଲୋକମାନଙ୍କୁ ରିଲିଫ ଯୋଗାଇବା ପାଇଁ ରାଜ୍ୟ ସରକାର ରିଲିଫ ସାମଗ୍ରୀ ଦେଇଥିଲେ।ତବେ ଏଭଳି ଅଭିଯୋଗ ଭିତ୍ତିହୀନ ଏବଂ କପୋଳକଳ୍ପିତ ବୋଲି ଶୁଭେନ୍ଦୁ କହିଛନ୍ତି।
Follow Us