ସାଙ୍ଗର ଜନ୍ମଦିନ ପାଳିବା ଅବସରରେ ବିଜେପି କର୍ପୋରେଟର କାର୍‌ ଉପରକୁ ଚଳାଇଲେ ଗୁଳି

Advertisment
ସାଙ୍ଗର ଜନ୍ମଦିନ ପାଳିବା ଅବସରରେ ବିଜେପି କର୍ପୋରେଟର କାର୍‌ ଉପରକୁ ଚଳାଇଲେ ଗୁଳି

chimpreports.com

ଭୋପାଳ : ମଧ୍ୟପ୍ରଦେଶର ସେହୋର୍‌ର ଜଣେ ବିଜେପି କର୍ପୋରେଟର ନିଜ ସାଙ୍ଗ ଜନ୍ମଦିନ ପାଳନ କରିବାକୁ ଯାଇ ବାହାରେ ପାର୍କିଂ କରାଯାଇଥିବା ଏକ କାର୍‌ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଛନ୍ତି। ଏହି ଘଟଣାରେ ଖଜୁରି ପୁଲିସ ସମ୍ପୃକ୍ତ ବିଜେପି କର୍ପୋରେଟରକୁ ଗିରଫ କରିଛି।

ପୁଲିସର ସୂଚନା ଅନୁସ‌ାରେ, ଗତକାଲି ରାତିରେ ସେହୋରର ବିଜେପି କର୍ପୋରେଟର ଆକାଶ ରୋହିତ ନିଜ ବନ୍ଧୁଙ୍କ ଜନ୍ମଦିନ ଭୋଜିରେ ସାମିଲ ହୋଇଥିଲେ। ଜନ୍ମଦିନ ପାର୍ଟି ଶେଷ ହୋଇଯିବା ପରେ ବାହାରେ ପାର୍କି ହୋଇଥିବା ଏକ କାର୍‌ ଉପରକୁ ଆକାଶ ରୋହିତ ହଠାତ୍‌ ୩ ରାଉଣ୍ଡ ଗୁଳି ଚଳାଇଥିଲେ। ଏହି କାର୍‌ଟି ଜଣେ ଏମ୍‌ବିଏ ଛାତ୍ରଙ୍କର ଥିଲା। ସାଙ୍ଗ ଜନ୍ମଦିନ ଖୁସିରେ ସେ କାର୍‌ ଉପରକୁ ଗୁଳି ଚଳାଇଥିଲେ ବୋଲି ଆକାଶ ରୋହିତ କହିଥିଲେ। ପୁଲିସ ଆକାଶ ରୋହିତକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe