ନିର୍ଭୟା ଦୋଷୀମାନଙ୍କୁ ମୃତ୍ୟୁ ପରୱାନା ଜାରି କରିଥିବା ବିଚାରପତିଙ୍କ ବଦଳି

Advertisment
ନିର୍ଭୟା ଦୋଷୀମାନଙ୍କୁ ମୃତ୍ୟୁ ପରୱାନା ଜାରି କରିଥିବା ବିଚାରପତିଙ୍କ ବଦଳି

India Today

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ଜଣ ଦୋଷୀଙ୍କୁ ମୃତ୍ୟୁ ପରୱାନା ଜାରି କରିଥିବା ବିଚାରପତି ସତୀଶ କୁମାର ଆରୋରାଙ୍କ ବଦଳି କରାଯାଇଛି। ସେ ପଟିଆଲା ହାଉସ୍ କୋର୍ଟ‌ରେ ଅତିରିକ୍ତ ସେସନ୍ ଜଜ୍ ଭାବେ ଦାୟିତ୍ବ ତୁଲାଉଥିବା ବେଳେ ଏବେ ତାଙ୍କର ବଦଳି ସୁପ୍ରିମକୋର୍ଟକୁ କରାଯାଇଛି। ସେଠାରେ ସେ ଅତିରିକ୍ତ ରେଜିଷ୍ଟ୍ରାର ଭାବେ କାମ କରିବେ। ୧ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ସୁପ୍ରିମକୋର୍ଟରେ ଅତିରିକ୍ତ ରେଜିଷ୍ଟ୍ରାର ଭାବେ କାମ କରିବାକୁ ପଡ଼ିବ।

निर्भया रेप केस का दोषी मुकेश (फाइल फोटो) aajtak.intoday.in

୨୦୧୨ରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି କିଛି ଦିନ ତଳେ ୪ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ ବିଚାରପତି ସତୀଶ କୁମାର ଆରୋରା। ଏହି ଘଟଣାର ଶୁଣାଣି ଅନେକ ବର୍ଷ ଧରି ଚାଲି ଆସୁଥିବା ବେଳେ ଶେଷରେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ମିଳିଛି। ଜାନୁଆରି ୨୨ରେ ୪ଜଣ ଦୋଷୀଙ୍କୁ ଫାଶୀଦଣ୍ଡ ଦିଆଯିବାକୁ ଥିବା ବେଳେ ଅଭିଯୁକ୍ତ ମୁକେଶ ସିଂହ ଫାଶୀରୁ ବଞ୍ଚିବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଥିଲା। ଯାହା ପାଇଁ ଫାଶୀ ଦିଆଯିବାର ତାରିଖ ଘୁଞ୍ଚାଯାଇଥିଲା।  ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜକ୍ଷମା ଆବେଦନ ଖାରଜ କରିବା ପରେ ଏବେ ୪ଜଣ ଦ‌ୋଷୀଙ୍କୁ ‌ଫେବୃଆରି ୧ରେ ଫାଶୀ ଦିଆଯିବା ନେଇ ଦିନ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe