ପୁଣି ଏକ ଏୟାର ଇଣ୍ଡିଆ ବିମାନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁଣି ଏକ ଏୟାର ଇଣ୍ଡିଆ ବିମାନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବେଙ୍ଗାଲୁରୁ: ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଉଡ଼ାଣ ଭରିବାର କିଛି ସମୟ ପରେ ଏହାର ଗୋଟିଏ ଇଞ୍ଜିନରେ ନିଆଁ ଲାଗିଯିବାରୁ ବିମାନଟିକୁ ବେଙ୍ଗାଲୁରୁ ବିମାନବନ୍ଦରରେ ଜରୁରୀ କାଳୀନ ଅବତରଣ କରାଯାଇଛି। ଏହାପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା। ବିମାନଟି ବେଙ୍ଗାଲୁରୁରୁ କୋଚି ଅଭିମୁଖେ ଯାଉଥିଲା। ବିମାନ ଉଡ଼ାଣ ଭରିବାର କିଛି ସମୟ ପରେ କର୍ମଚାରୀମାନେ ଇଞ୍ଜିନରେ ନିଆଁ ଲାଗିଥିବା ନେଇ ଏଟିସି (ଏୟାର ଟ୍ରାଫିକ କଣ୍ଟ୍ରୋଲର)କୁ ସୂଚନା ଦେଇଥିଲେ।

ଏୟାର ଇଣ୍ଡିଆ ଏକ୍ସପ୍ରେସର ଜଣେ ମୁଖପାତ୍ର କହିଛନ୍ତି, ବେଙ୍ଗାଲୁରୁ-କୋଚି ବିମାନଉଡ଼ାଣ କରିବା ମାତ୍ରେ ଏହାର ଡାହାଣ ଇଞ୍ଜିନରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ବିମାନଟିର ଜରୁରୀକାଳୀନ ଅବତରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ଏବଂ ବିମାନଟି ଶନିବାର ରାତିରେ ବେଙ୍ଗାଲୁରୁ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଗ୍ରାଉଣ୍ଡ ସର୍ଭିସ ମଧ୍ୟ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ଦେଇଛି। ଅବତରଣ ପରେ ବିମାନକୁ ଖାଲି କରି ଦିଆଯାଇଥିଲା।

ସେ କହିଛନ୍ତି ଯେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଥିଲେ ଏବଂ କେହି ଆହତ ହୋଇନଥିଲେ। ଯାତ୍ରୀଙ୍କ ପାଇଁ ଏୟାରଲାଇନ୍ସ ବିକଳ୍ପ ବିମାନର ବ୍ୟବସ୍ଥା କରୁଛି। ନିୟାମକଙ୍କ ସହ ମିଶି ଏହି ଘଟଣାର ତଦନ୍ତ କରାଯିବ ବୋଲି ମୁଖପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe