ଗୁଜରାଟ କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, ୫ ଜୀବନ୍ତ ଦଗ୍ଧ

Advertisment
ଗୁଜରାଟ କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, ୫ ଜୀବନ୍ତ ଦଗ୍ଧ

The Indian Express

ନୂଆଦିଲ୍ଲୀ : ଗୁଜରାଟର ରାଜ‌କୋଟ୍‌ ଜିଲ୍ଲାର ଏକ କୋଭିଡ୍‌-୧୯ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟି ୫ ରୋଗୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ରାଜ‌କୋଟ୍‌ର ଉଦୟ ଶିବାନନ୍ଦ ହସ୍ପିଟାଲ୍‌ ଆଇସିୟୁରେ ଗତ ରାତି ପ୍ରାୟ ୧ଟା ସମୟରେ ଅଗ୍ନିକାଣ୍ଡ ହୋଇଥିଲା। ନିଆଁ ତତ୍‌କ୍ଷଣାତ ଚାରି ଆଡ଼କୁ ବ୍ୟାପି ଯାଇଥିଲା। ଆଇସିୟୁ ମଧ୍ୟରେ ହିଁ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ୨ ଜଣ ଆହତ ସ୍ଥାନାନ୍ତର ସମୟରେ ଆଖି ବୁଜି ଦେଇଥିଲେ। ତେବେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଅନ୍ୟ ୨୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଅଗ୍ନି ନିର୍ବାପକ ଅଧିକାରୀଙ୍କ କହିବା‌ ଅନୁଯାୟୀ ଯୁଦ୍ଧସ୍ତରଯରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବାରୁ ୨୮ ଜଣଙ୍କ ଜୀବନ ରକ୍ଷା ପାଇଗଲା। କେଉଁ କାରଣ ପାଇଁ ହସ୍ପିଟାଲ୍‌ରେ ନିଆଁ ଲାଗିଥିଲା ତାହା ଜଣାପଡ଼ି ନାହିଁ। ଉଦ୍ଧାର ହୋଇଥିବା ରୋଗୀମାନଙ୍କୁ ଅନ୍ୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ‌ଶୋକ ପ୍ରକାଶ କରିଛନ୍ତି। ମୋଦୀ କହିଛନ୍ତି, ହସ୍ପିଟାଲ୍‌ ଅଗ୍ନିକାଣ୍ଡ‌ରେ ଜୀବନହାନି ହେବା ଘଟଣା ତାଙ୍କୁ ଗଭୀର ଆଘାତ ଦେଇଛି। ଆହତମାନଙ୍କୁ ସବୁ ପ୍ରକାର ସହାୟତା ଦିଆଯିବ ବୋଲି ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି କୋବିନ୍ଦ ତାଙ୍କର ସମବେଦନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe