ମୁମ୍ବାଇ: ୧୬ ମହଲା କୋଠାରେ ଲାଗିଲା ନିଆଁ, ଯେଉଁଠାରେ ରହୁଥିଲେ ସଚିନ୍‌ ଓ ଐଶ୍ୱର୍ଯ୍ୟାଙ୍କ ସଂପର୍କୀୟ

Advertisment
ମୁମ୍ବାଇ: ୧୬ ମହଲା କୋଠାରେ ଲାଗିଲା ନିଆଁ, ଯେଉଁଠାରେ ରହୁଥିଲେ ସଚିନ୍‌ ଓ ଐଶ୍ୱର୍ଯ୍ୟାଙ୍କ ସଂପର୍କୀୟ

ମୁମ୍ବାଇ: ମୁମ୍ବାଇର େଓ୍ଵଷ୍ଟ ବାନ୍ଦ୍ରାସ୍ଥିତ ଲାମେରର ଏକ ୧୬ମହଲା କୋଠାରେ ମଙ୍ଗଳବାର ଅପରାହ୍ନରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି କୋଠାରେ ପୂର୍ବରୁ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଓ କ୍ରିକେଟର ସଚିନ ତେନ୍ଦୁଲକର ରହୁଥିଲେ। ୮ଟି ଦମକଳଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏହି ଅଗ୍ନିକାଣ୍ଡ କାହିଁକି ଓ କିପରି ଘଟିଲା, କ’ଣ କ୍ଷୟକ୍ଷତି ହୋଇ ସେ ସମ୍ପର୍କରେ ଏଯାବତ୍‌ କୌଣସି ସୂଚନା ମିଳିପାରି ନାହିଁ।

publive-image

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହି ୧୬ମହଲାର ୧୩ତାଲାରେ ପ୍ରଥମେ ନିଆଁ ଲାଗିବା ପରେ ଅନ୍ୟ ତାଲାକୁ ନିଆଁ ମାଡି ଯାଇଥିଲା। ସଙ୍ଗେସଙ୍ଗେ ଲୋକମାନେ ଏହି ନିଆଁ ଲାଗିବା ଖବର ପାଇବା ପରେ ଦୌଡ଼ାଦୌଡ଼ି  ହୋଇ ତଳକୁ ପଳାଇ ଆସିଥିଲେ।

୧୨ ତାଲାରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ମା’ ଓ ୧୦ତାଲାରେ ସଚିନ୍‌ ତେନ୍ଦୁଲକରଙ୍କ ଶ୍ୱଶୁର ଘର ଲୋକ ରହୁଥିଲେ ବୋଲି ଜଣାପଡ଼ିଛି। ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକଙ୍କୁ ବଚ୍ଚନ ବିବାହ କରିବା ପୂର୍ବରୁ ଏହି କୋଠାରେ ରହୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe