ପୁଣେସ୍ଥିତ ଏକ ହସ୍ପିଟାଲର ଆଇସିୟୁ ୱାର୍ଡରେ ଲାଗିଲା ନିଆଁ, ଘଟଣାସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବିଭାଗର ୩ଟି ଗାଡ଼ି

Advertisment
ପୁଣେସ୍ଥିତ ଏକ ହସ୍ପିଟାଲର ଆଇସିୟୁ ୱାର୍ଡରେ ଲାଗିଲା ନିଆଁ, ଘଟଣାସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବିଭାଗର ୩ଟି ଗାଡ଼ି

ndtv

ପୁଣେ: ଆଜି ଅପରାହ୍ନରେ ମହାରାଷ୍ଟ୍ରର ପୁଣେସ୍ଥିତ ଏକ ହସ୍ପିଟାଲର ଆଇସିୟୁ ୱାର୍ଡରେ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ତିନୋଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିବା ଜଣା ପଡ଼ିଛି। ପୁଣେର କଣ୍ଟେଣ୍ଟମେଣ୍ଟ ଅଞ୍ଚଳରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ହସ୍ପିଟାଲରେ ଘଟିଥିବା ଏହି ଅଗ୍ନିକାଣ୍ଡରେ କୌଣସି ରୋଗୀ କିମ୍ବା ଡାକ୍ତରୀ କର୍ମଚାରୀ ଆହତ ହୋଇଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଡାକ୍ତରଖାନା ରାଜ୍ୟ ରାଜଧାନୀ ମୁମ୍ବାଇଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଅବସ୍ଥିତ।

Representational Image timesnownews

ଗତ ମାସରେ ଗୁଜୁରାଟର ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର ୱାର୍ଡରେ ଅଗ୍ନିକାଣ୍ଡ ଘଟି ଆଠ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଜଣେ କର୍ମଚାରୀଙ୍କର ପିପିଇ କିଟରେ ନିଆଁ ଲାଗିବା ପ‌ରେ ଏହାକୁ ଲିଭାଇବା ପାଇଁ ସେ ୱାର୍ଡରୁ ବାହାରକୁ ଆସିବା ଫଳରେ ନିଆଁ ଶୀଘ୍ର ସମଗ୍ର ୱାର୍ଡରେ ବ୍ୟାପି ଯାଇଥିଲା। ଦୁର୍ଘଟଣା ସମୟରେ ପ୍ରାୟ ୪୫ରୋଗୀଙ୍କୁ ୫୦ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe