ମହାରାଷ୍ଟ୍ର ରାସାୟନିକ କାରଖାନାରେ ନିଆଁ, ୨ ମୃତ, ୪ ଗୁରୁତର

ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଏମଆଇଡିସି (ମହାରାଷ୍ଟ୍ର ଶିଳ୍ପ ଉନ୍ନୟନ ନିଗମ) ଶିଳ୍ପାଞ୍ଚଳରେ ଥିବା ଏକ ରାସାୟନିକ କମ୍ପାନୀରେ ବିସ୍ଫୋରଣ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଛି । ବିସ୍ଫୋରଣ ଯୋଗୁଁ କମ୍ପାନୀରେ ନିଆଁ ଲାଗିଯିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି।

maharastra fire

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଏମଆଇଡିସି (ମହାରାଷ୍ଟ୍ର ଶିଳ୍ପ ଉନ୍ନୟନ ନିଗମ) ଶିଳ୍ପାଞ୍ଚଳରେ ଥିବା ଏକ ରାସାୟନିକ କମ୍ପାନୀରେ ବିସ୍ଫୋରଣ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଛି । ବିସ୍ଫୋରଣ ଯୋଗୁଁ କମ୍ପାନୀରେ ନିଆଁ ଲାଗିଯିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ ଜଣ ପୋଡ଼ି ଯାଇଛନ୍ତି। ଅଗ୍ନିକାଣ୍ଡ ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇଠାରୁ ପ୍ରାୟ ୧୧୦ କିଲୋମିଟର ଦୂର ରୋହା ସହରର ଧତାବ ଏମଆଇଡିସିସ୍ଥିତ ସାଧନା ନାଇଟ୍ରୋ ଚେମ୍ ଲିମିଟେଡରେ ପୂର୍ବାହ୍ନ ୧୧ଟା ୧୫ମିନିଟରେ ଏହି ଘଟଣା ଘଟିଛି। ରାଇଗଡ଼ ଆରକ୍ଷୀ ଅଧୀକ୍ଷକ ସୋମନାଥ ଘରଗେ କହିଛନ୍ତି ଯେ ରାସାୟନିକ କାରଖାନାର ଷ୍ଟୋରେଜ୍ ଟାଙ୍କିରେ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ଷ୍ଟୋରେଜ୍ ଟାଙ୍କିରେ କାମ କରୁଥିବା ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ନିକଟରେ କାମ କରୁଥିବା ଅନ୍ୟ ୪ ଜଣ ପୋଡ଼ି ଯାଇଥିବା ସେ କହିଛନ୍ତି।

ଅଗ୍ନିକାଣ୍ଡ ଖବର ପାଇ ଅଗ୍ନିଶମ ବାହିନୀ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତ ଶ୍ରମିକମାନଙ୍କୁ ରୋହାର ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବିସ୍ଫୋରଣ ଖବର ପାଇ ଅଗ୍ନିଶମ ବାହିନୀ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତ ଶ୍ରମିକମାନଙ୍କୁ ରୋହାର ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ଚିକିତ୍ସା ଚାଲିଛି ବୋଲି ଘରଗେ କହିଛନ୍ତି। ଦୁଇ ମୃତକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe