Fire from mosquito incense
ନୂଆଦିଲ୍ଲୀ : ରବିବାର ପ୍ରତ୍ୟୁଷରେ ଉତ୍ତର-ପୂର୍ବ ଦିଲ୍ଲୀର ୱାଜିରାବାଦ ଅଞ୍ଚଳରେ ଥିବା ଏକ ପୁଲିସ 'ମାଲଖାନା'ରେ ଅଗ୍ନିକାଣ୍ଡ ଘଟି ୧୫୦ରୁ ଅଧିକ ଗାଡ଼ି ପୋଡ଼ି ଯାଇଛି । ପୁଲିସ କହିଛି ଯେ ଭୋର ପ୍ରାୟ ସାଢ଼େ ୪ଟାରେ ଅଗ୍ନିକାଣ୍ଡ ଘଟିଥିଲା ଏବଂ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ନିଆଁ ଲିଭାଇବା ପାଇଁ ମୋଟ ସାତଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଇଥିଲା। ପୋଲିସ କହିଛି ଯେ ସକାଳ ୬ଟା ୨୦ ସୁଦ୍ଧା ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡରେ ଚାରି ଚକିଆ ଏବଂ ଦୁଇ ଚକିଆ ଯାନ ସମେତ ୧୫୦ ରୁ ଅଧିକ ଯାନ ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି ବୋଲି ସୂତ୍ର କହିଛି। ତଦନ୍ତକାରୀ ଦଳ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରୁଛନ୍ତି ବୋଲି ସୂତ୍ର କହିଛି।
ଏହା ପୂର୍ବରୁ ଶୁକ୍ରବାର ରାତିରେ ନୋଏଡାର ସୁରଜପୁର ଥାନା ଅଞ୍ଚଳରେ ଥିବା ଏକ ଟାୟାର ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।
Follow Us