ତେଲେଙ୍ଗାନାର ଶ୍ରୀଶୈଳମ୍ ପାୱାର୍‌ ଷ୍ଟେସନ୍‌ରେ ଅଗ୍ନିକାଣ୍ଡ; ୮ ଉଦ୍ଧାର, ୯ଜଣ ଫସି ରହିଯାଇଥିବା ଆଶଙ୍କା

Advertisment
ତେଲେଙ୍ଗାନାର ଶ୍ରୀଶୈଳମ୍ ପାୱାର୍‌ ଷ୍ଟେସନ୍‌ରେ ଅଗ୍ନିକାଣ୍ଡ; ୮ ଉଦ୍ଧାର, ୯ଜଣ ଫସି ରହିଯାଇଥିବା ଆଶଙ୍କା

Image Courtesy of India Today

ତେଲେଙ୍ଗାନାର ନଗରକୁର୍ଣ୍ଣୁଲ୍‌ ଜିଲ୍ଲା ଅନ୍ତର୍ଗତ ଶ୍ରୀଶୈଳମ୍ ଜଳଭଣ୍ଡାରର ବାମ କେନାଲ୍‌ କୂଳରେ ଅବସ୍ଥିତ ଭୂତଳ ଜଳବିଦ୍ୟୁତ୍‌ ଶକ୍ତି କେନ୍ଦ୍ରରେ ସର୍ଟସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିବା ପରେ ପାୱାର୍‌ ପ୍ଲାଣ୍ଟ୍‌ର ୟୁନିଟ୍‌ ୪ରେ ବିସ୍ଫୋରଣ ଘଟିଛି। ନିଆଁ ଲାଗିଲା ବେଳେ ପାୱାର୍‌ ଷ୍ଟେସନ୍‌ରେ ପ୍ରାୟ ୧୭ଜଣ ଲୋକ ସିଫ୍‌ଟ୍‌ ଡିୟୁଟିରେ ଥିଲେ। ବର୍ତ୍ତମାନ ସୁଦ୍ଧା ୮ଜଣଙ୍କୁ ସେଠାରୁ ଉଦ୍ଧାର କରାଯାଇଛି। ଆହୁରି ୯ ଜଣ ନିଖୋଜ ଅଛନ୍ତି।

ସୁଡ଼ଙ୍ଗ ପଥ ଦେଇ ଆଠଜଣ ନିରାପଦରେ ବାହାରି ଯାଇଥିବା ବେଳେ ବାକି ୯ ଜଣ ପରିସର ମଧ୍ୟରେ ଅଟକି ରହିଥିବା କଥା କୁହାଯାଉଛି। ଅଟକି ରହିଥିବା ଲୋକମାନଙ୍କ ମଧ୍ୟରେ ଅଛନ୍ତି ଛଅଜଣ ଟିଏସ୍ ଜେନ୍‌କୋ କର୍ମଚାରୀ ଓ ତିନିଜଣ ଘରୋଇ କମ୍ପାନି କର୍ମଚାରୀ।

ତେଲେଙ୍ଗାନା ମନ୍ତ୍ରୀ ଜଗଦୀଶ ରେଡ୍ଡୀ ଏବଂ ଟିଏସ୍ ଜେନ୍‌କୋ ସିଏମ୍‌ଡି ପ୍ରଭାକର ରାଓ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।

publive-image Image Courtesy of Zee News

ଗୁରୁବାର ରାତି ପ୍ରାୟ ୧୦. ୩୦ରେ ଏହି ଦୁର୍ଘଟଣା ଘଟିଥିବା ଖବର ମିଳିଛି। ଗୁରୁବାର ରାତି ପ୍ରାୟ ୧୦. ୩୦ରେ ଏହି ଦୁର୍ଘଟଣା ଘଟିଥିବା ଖବର ମିଳିଛି। ସର୍ଟସର୍କିଟ୍‌ ଯୋଗୁଁ ପ୍ୟାନେଲ୍‌ ବୋର୍ଡରେ ନିଆଁ ଲାଗିଯାଇଥିଲା ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ସେଷ୍ଟନ୍‌ରେ ବିଦ୍ୟୁତ୍ ଚାଲିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଜିରୋ ଲେବଲ୍‌ରୁ ଘନ ଧୂଆଁ ବାହାରି ସର୍ଭିସ୍ ବେ’ ଆଡ଼କୁ ଉଠୁଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାକୁ ବିଭିକ୍ତ କରୁଥିବା କୃଷ୍ଣା ନଦୀ ଉପରେ ଏହି ଜଳଭଣ୍ଡାରଟି ଅବସ୍ଥିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe