ସନରାଇଜର୍ସ ହାଇଦ୍ରାବାଦ ହୋଟେଲରେ ନିଆଁ

ସୋମବାର ସକାଳେ ସନରାଇଜର୍ସ ହାଇଦ୍ରାବାଦର ଟିମ୍ ରହୁଥିବା ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା। ଏହାପରେ ସମସ୍ତ ଖେଳାଳିଙ୍କୁ ସୁରକ୍ଷିତ ଭାବେ ଅନ୍ୟ ଏକ ହୋଟେଲକୁ ସ୍ଥାନାନ୍ତରୀତ କରାଯାଇଥିଲା ।

fire bb

ହାଇଦ୍ରାବାଦ : ସନରାଇଜର୍ସ ହାଇଦ୍ରାବାଦ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ନିରାଶାଜନକ ପ୍ରଦର୍ଶନ କରିଛି। ଦଳର ପରବର୍ତ୍ତୀ ମ୍ୟାଚ୍ ୧୭ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ହେବ। ଏହି ସମୟରେ, ଟିମକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଖବର ଆସିଛି।  ସୋମବାର ସକାଳେ ହାଇଦ୍ରାବାଦର ଟିମ୍ ରହୁଥିବା ପଂଚତାରକା ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା। ଆଶ୍ବସ୍ତିର କଥା ହେଉଛି ସମସ୍ତ ଖେଳାଳି ସୁରକ୍ଷିତ ଅଛନ୍ତି।

ରିପୋର୍ଟ ଅନୁସାରେ ସନରାଇଜର୍ସ ହାଇଦ୍ରାବାଦର ଖେଳାଳିମାନେ ହାଇଦ୍ରାବାଦର ବଞ୍ଜାରା ହିଲ୍ସରେ ଥିବା ପାର୍କ ହାୟଟ ହୋଟେଲରେ ରହୁଥିଲେ । ଏହି ହୋଟେଲରେ ହିଁ ନିଆଁ ଲାଗିଥିଲା । ନିଆଁ ହୋଟେଲର ଗୋଟିଏ ମହଲାରେ ଲାଗିଥିଲେ ବି ଧୂଆଁ ଅନ୍ୟ ମହଲାଗୁଡ଼ିକୁ ବ୍ୟାପିଯାଇଥିଲା । ନିଆଁର କାରଣ ଜଣାପଡ଼ିନାହିଁ ।

ଖବର ପାଇ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ହୋଟେଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଧୂଆଁ ବ୍ୟାପିଯାଇଥିଲା। ଅଗ୍ନିକାଣ୍ଡ ପରେ, ସନରାଇଜର୍ସ ହାଇଦ୍ରାବାଦ ଖେଳାଳିମାନଙ୍କୁ ଅନ୍ୟ ଏକ ହୋଟେଲକୁ ସ୍ଥାନାନ୍ତର କରାଯାଇଥିଲା। ନିଆଁ ଲାଗିବା ପରେ ହୋଟେଲ ଭିତରେ ଥିବା ଲୋକମାନେ ବାହାରକୁ ଦୌଡ଼ି ଆସିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe