ଉଦଘାଟନ ପୂର୍ବରୁ ତେଲେଙ୍ଗାନା ରାଜ୍ୟ ସଚିବାଳୟରେ ଅଗ୍ନିକାଣ୍ଡ

Advertisment
ଉଦଘାଟନ ପୂର୍ବରୁ ତେଲେଙ୍ଗାନା ରାଜ୍ୟ ସଚିବାଳୟରେ ଅଗ୍ନିକାଣ୍ଡ

ହାଇଦ୍ରାବାଦ: ଫେବ୍ରୁଆରି ୧୭ରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହେବା ପୂର୍ବରୁ ଆଜି (ଶୁକ୍ରବାର) ସକାଳେ ହାଇଦ୍ରାବାଦରେ ନବନିର୍ମିତ ତେଲେଙ୍ଗାନା ରାଜ୍ୟ ସଚିବାଳୟ କୋଠାରେ ଅଗ୍ନିକାଣ୍ଡ ଘଟଛି। ତେବେ, ଏହି ଅଗ୍ନିକାଣ୍ଡ ଘଟଣାରେ କେହି ଆହତ ହୋଇନାହାଁନ୍ତି ବୋଲି ବୋଲି ଅଧିକାରୀମାନେ କହିଛନ୍ତି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ନବନିର୍ମିତ ‘ଡକ୍ଟର ବି ଆର ଆମ୍ବେଦକର ତେଲେଙ୍ଗାନା ରାଜ୍ୟ ସଚିବାଳୟ ଭବନ’ ଆସନ୍ତା ଫେବ୍ରୁଆରି ୧୭ରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଜନ୍ମଦିନ ଅବସରରେ ଉଦଘାଟିତ ହେବାର କାର୍ଯ୍ୟକ୍ରମ ରହଥିଲା। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନୂତନ ସଚିବାଳୟର ଉଦଘାଟନ କରିଥାନ୍ତେ। କିନ୍ତୁ ଏହା ପୂର୍ବରୁ ନବନିର୍ମିତ ସଚିବାଳୟ ଭବନରେ ଅଗ୍ନିକାଣ୍ଡ ଘଟଛି।

ଅଧିକାରୀମାନେ କହିଛନ୍ତି ଯେ ସକାଳ ପ୍ରାୟ ୨.୩୦ ସମୟରେ କୋଠାର ତଳ ମହଲାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି ଏବଂ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ୧୦ରୁ ଅଧିକ ଅଗ୍ନିଶମ ଗାଡ଼ିକୁ ନିୟୋଜିତ କରାଯାଇଥିଲା। ଅଧିକାରୀମାନେ ଆହୁରି ମଧ୍ୟ କହିଛନ୍ତି ଯେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡିନାହିଁ।

ଅପରପକ୍ଷରେ ଏହି ଅଗ୍ନିକାଣ୍ଡକୁ କେନ୍ଦ୍ରକରି ତେଲେଙ୍ଗାନାରେ ରାଜନୀତି ଏବେ ଜୋର ଧରିଛି। ଏକ ବିଜ୍ଞପ୍ତିରେ ରାଜ୍ୟ ବିଜେପି ନେତାମାନେ ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ରାଓଙ୍କ ଜନ୍ମଦିନରେ ନୂତନ ସଚିବାଳୟକୁ ଉଦଘାଟନ କରିବାର ନିଷ୍ପତ୍ତିକୁ ସ୍ଥଗିତ ରଖାଯାଉ ଏବଂ ଡକ୍ଟର ବି ଆର ଆମ୍ବେଦକରଙ୍କ ଜୟନ୍ତୀରେ ଏହାକୁ ଉଦଘାଟନ କରାଯିବା ଉଚିତ।
ତେଲେଙ୍ଗାନା କଂଗ୍ରେସ ସଭାପତି ତଥା ସାଂସଦ ଏ ଆର ରେଡ୍ଡୀ କହିଛନ୍ତି ଯେ ଫେବ୍ରୁଆରି ୧୭ରେ ମୁଖ୍ୟମନ୍ତ୍ରୀଙ୍କ ରାଓଙ୍କ ଜନ୍ମଦିନରେ କୋଠାକୁ ଉଦଘାଟନ କରିବାର ଚାପ ହେତୁ ସୁରକ୍ଷା ମାନକୁ ଅନୁସରଣ କରାଯାଇ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe