ୟୁପି ଦୁର୍ଗାପୂଜା ମଣ୍ଡପରେ ଅଗ୍ନିକାଣ୍ଡ: ୩ ଶିଶୁଙ୍କ ସମେତ ୫ ମୃତ, ୬୪ ଆହତ

ୟୁପି ଦୁର୍ଗାପୂଜା ମଣ୍ଡପରେ ଅଗ୍ନିକାଣ୍ଡ: ୩ ଶିଶୁଙ୍କ ସମେତ ୫ ମୃତ, ୬୪ ଆହତ

The Hindu

ଲକ୍ଷ୍ନୌ: ହାଲୋଜେନ ଲାଇଟ୍‌ ଅତ୍ୟଧିକ ଉତ୍ତାପ ହେତୁ ଏକ ଦୁର୍ଗା ପୂଜା ମଣ୍ଡପରେ ରବିବାର ରାତିରେ ଅଗ୍ନିକାଣ୍ଡ ଘଟି ତିନି ଜଣ ଶିଶୁଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୬୪ ଜଣ ଆହତ ହୋଇଛନ୍ତି। ଭଦୋହି-ଔରାଇ ମାର୍ଗସ୍ଥିତ ନାଥୁଆ ଗାଁ ପୂଜା ମଣ୍ଡପରେ ଏକ ଡିଜିଟାଲ୍ ସୋ’ ଚାଲିଥିଲା​​ବେଳେ ଏହି ଅଘଟଣ ଘଟିଛି। ସେତେବେଳେ ମଣ୍ଡପରେ ୩୦୦ରୁ ଊର୍ଦ୍ଧ୍ବ ଲୋକ ଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ। ଆଜି ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା। ଜଳିପୋଡ଼ି ପାଉଁଶ ହୋଇ ଯାଇଥିବା ପୂଜା ମଣ୍ଡପ, ଦରପୋଡ଼ା ମୂର୍ତ୍ତି ଏବଂ ଏଣେତେଣେ ବିଛେଇ ହୋଇ ପଡ଼ିଥିବା ଚିରାଫଟା ପୋଷାକ ପୂରା ପରିବେଶକୁ ଶୋକାକୁଳ କରି ପକାଇଥିଲା। ପୂଜାସ୍ଥଳକୁ ପୁଲିସ ସିଲ୍‌ କରିଛି। ସେଠାରେ ପୁଲିସ ଫୋର୍ସ ମୁତୟନ ଅଛନ୍ତି। ପୂଜା ଆୟୋଜକମାନଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦରଜ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ଆହତମାନେ ଉପଯୁକ୍ତ ଚିକିତ୍ସା ପାଇବାକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ୍ ଏବଂ ଅଗ୍ନି ନିରାପତ୍ତା ନିୟମ ପାଳନ କରିବାକୁ ରାଜ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସମସ୍ତ ଦୁର୍ଗା ପୂଜା କମିଟିକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe