ବଜ୍ରପାତ ଯୋଗୁଁ କ୍ୟୁବାର ‘ତୈଳ ଷ୍ଟୋରେଜ୍‌ ବନ୍ଦର’ରେ ଭୟାବହ ଅଗ୍ନିକାଣ୍ଡ; ନିଆଁ ଲିଭାଇବାକୁ ସହାୟତା ପଠାଇଲେ ମେକ୍ସିକୋ ଓ ଭେନିଜୁଏଲା

ବଜ୍ରପାତ ଯୋଗୁଁ କ୍ୟୁବାର ‘ତୈଳ ଷ୍ଟୋରେଜ୍‌ ବନ୍ଦର’ରେ ଭୟାବହ ଅଗ୍ନିକାଣ୍ଡ; ନିଆଁ ଲିଭାଇବାକୁ ସହାୟତା ପଠାଇଲେ ମେକ୍ସିକୋ ଓ ଭେନିଜୁଏଲା

Image Courtesy of India Today

ହାଭାନା: କ୍ୟୁବାର ମନ୍‌ଟାନ୍‌ଜାସ୍‌ରେ ଥିବା ‘ସୁପର୍‌ ଟ୍ୟାଙ୍କର୍‌ ପୋର୍ଟ’ରେ ବଜ୍ରପାତଜନିତ ଅଗ୍ନିକାଣ୍ଡ ଯୋଗୁଁ ଶନିବାରକୁ ମିଶାଇ ୨ ଦିନ ହେବ ଅତି ଭୟଙ୍କର ଭାବେ ଜଳୁଥିବା ନିଆଁ ଲିଭାଇବା ପାଇଁ ମେକ୍ସିକୋ ଏବଂ ଭେନିଜୁଏଲା, ରୁଷ୍‌ ଏବଂ ଚିଲି ସହାଯ୍ୟକାରୀ ଟିମ୍‌ ପଠାଇଛନ୍ତି।

ଏହା ବ୍ୟତୀ‌‌ରେକେ ଯୁକ୍ତରାଷ୍ଟ୍ର ଆମେରିକା ଦେଇଥିବା ବୈଷୟିକ ପରାମର୍ଶ ମଧ୍ୟ କ୍ୟୁବା ଗ୍ରହଣ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ବିଜୁଳି-ଘଡ଼ଘଡ଼ି ମାରିବାରୁ ହାଭାନାର ୬୦ ମାଇଲ୍‌ ଦୂରରେ ଥିବା ୮ଟି ‘ଷ୍ଟୋରେଜ୍‌ ଟ୍ୟାଙ୍କ୍‌’ରୁ ଗୋଟିକରେ ନିଆଁ ଲାଗିଯାଇଥିଲା। ପ୍ରଥମ ଟ୍ୟାଙ୍କ୍‌ରେ ଲାଗିଥିବା ନିଆଁର ଉତ୍ତାପ ଯୋଗୁଁ ଶନିବାର ଦିନ ଦ୍ବିତୀୟ ଟ୍ୟାଙ୍କ୍‌ରେ ନିଆଁ ଲାଗିଗଲା। ଏହାପରେ ପବନ ଯୋଗୁଁ ନିଆଁ ତୃତୀୟ ଟ୍ୟାଙ୍କ୍‌ ନିକଟକୁ ଚାଲି ଆସିଲା।

publive-image Image Courtesy of Tuoi Tre News

କ୍ୟୁବାର ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି, ଦ୍ବିତୀୟ ଟ୍ୟାଙ୍କ୍‌ରେ ନିଆଁ ଲାଗିପରେ ଘଟିଥିବା ବିସ୍ଫୋରଣ ଯୋଗୁଁ ଆହତ ହୋଇଥିବା ଅନ୍ୟୂନ ୧୨୧ଜଣ ଲୋକ ମଧ୍ୟରୁ ୩୬ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ସଙ୍କଟଜନକ ହୋଇପଡ଼ିଛି।

ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ରୁ ଅଧିକ ଦମକଳ କର୍ମଚାରୀଙ୍କର ପତ୍ତା ମିଳୁନାହିଁ। ସମ୍ପୃକ୍ତ ଅଞ୍ଚଳରୁ ୧୦୦୦ ଊର୍ଦ୍ଧ୍ବ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରାଯାଇଛି।

ସ୍ଥାନୀୟ ବାସିନ୍ଦା ଆଲ୍‌ଫ୍ରେଡୋ ଗନ୍‌ଜାଲେଜ୍‌ କହିଛନ୍ତି, ଗତକାଲି ରାତି ୮ ବେଳକୁ ଏବଂ ଆଜି ଭୋର୍‌ ୫ଟାରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଦ୍ବିତୀୟ ବିସ୍ଫୋରଣ ‌ଏତେ ପ୍ରଚଣ୍ଡ ଥିଲା ଯେ, ଆଖପାଖ ଅଞ୍ଚଳ ସୂର୍ଯ୍ୟ ତେଜ ପରି ଝଲିସ ଉଠିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe